Below header

ଚାର୍ଜରେ ବସିଥିବା ହେଡଫୋନ୍ ନେଲା ବାଳକର ଜୀବନ

କେନ୍ୟୁଜ୍ : ମାଲେସିଆରେ ଘଟିଛି ଏମିତି ଏକ ଅଘଟଣ ଯେଉଁଥିରେ ମାଲେସିୟାର ଜଣେ ୧୬ ବର୍ଷିୟ ବାଳକ ମୃତ୍ୟୁ ବରଣ କରିଛି । ଚାର୍ଜରେ ବସିଥିବା ହେଡଫୋନ୍ କାନରେ ଦେଇଥିବା ସମୟରେ ବିଜୁଳି ଆଘାତ ପାଇ ଉକ୍ତ ବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ସେଠାକାର ଖବରକାଗଜ ‘ନିୟୁ ଷ୍ଟ୍ରେଟ୍ସ୍ ଟାଇମ୍ସ୍’ ରିପୋର୍ଟ ଅନୁସାରେ ଏହି ଘଟଣାଟି ରେମ୍ବାୟୁ ଅନ୍ତର୍ଗତ ଗୈଙ୍ଗ୍ ବାରୁ ପେଦାସ୍ ରେ ଘଟିଛି । ସୂଚନା ଅନୁସାରେ ବାଳକଟି ଚାର୍ଜରେ ବସିଥିବା ଓ୍ଵାୟାର୍ଲେସ୍ ବ୍ଲୁଟୁଥ୍ ହେଡ୍ଫୋନ୍ କାନରେ ଦେଇଥିବା କୁହାଯାଉଛି ।
ମହମ୍ମଦ ଅଦିତି ମଝାର ଜହରିନ୍ ନାମକ ବାଳକଟି ମୃତ୍ୟୁ ବରଣ କରିଥିବା ତା’ର ମାଆ ପ୍ରଥମେ ଜାଣିଥିଲେ। ସକାଳେ ମାଆ କାମକୁ ବାହାରି ଯିବାବେଳେ ପୁଅ ଶୋଇଥିବା ଦେଖିଥିଲେ । କିନ୍ତୁ ଅପରାହ୍ନରେ କାମରୁ ଫେରିବାବେଳେ ଦେଖିଲେ ସେ ସେଇଠି ସେମିତି ଶୋଇଛି। ତେବେ ସେତେବେଳକୁ ବାଳକଟିର ଦେହ ଥଣ୍ଡା ହୋଇଯାଇଥିବା ସହ ଦେହରେ କେଉଁଠି କିଛି ଖଣ୍ଡିଆଖାବରା ଚିହ୍ନ ନ ଥିଲା। କେବଳ ତା’ ବାମ କାନରୁ କିଛି ରକ୍ତ ବୋହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.