Below header

ମୁହଁରେ ହସଫୁଟାଇଲା ଓଡିଶା ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

ଗଜପତି (କେନ୍ୟୁଜ୍) : କେହି ଭୋକରେ ରହିବେ ନାହିଁ, ଯେପରି ଅନାହାର ଗଣମାଧ୍ୟମର ସିରୋନାମା ନହେଉ ଚିନ୍ତା କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ ଯାହା ବତ୍ତମାନ ତୃଣମୂଳ ସ୍ତରରେ ଗରିବଙ୍କ ପାଇଁ ବେଶ ସହାୟକ ହୋଇପାରିଛି ଓ ପ୍ରସଂଶିତ କରିପାରିଛି ରାଜ୍ୟ ସରକାରଙ୍କୁ । ଏ ହେଉଛି ଗଜପତି ଜିଲ୍ଲାର ଖାଣ୍ଡାବା ପଞ୍ଚାୟତ କାର‌୍ୟ୍ୟାଳୟ ଯେଉଁ ଠାରେ ଚାଲିଛି ରାସନକାର୍ଡ ବଣ୍ଟା କାର‌୍ୟ୍ୟକ୍ରମ ।

card 2

ଏହି କାର‌୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ହିତାଧିକାରୀ ଜମା ହୋଇଛନ୍ତି ଏବଂ ରାସନକାର୍ଡ ପାଇବେ ବୋଲି ଅପେକ୍ଷା କରିଛନ୍ତି । କାରଣ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ରରେ ଯେଉଁ ସରକାର ରହୁଥିଲା ତାହାର ଦୟାରେ ଗରିବ ଲୋକେ ରାସନକାର୍ଡ ଟିଏ ପାଇଁ ଚାତକ ବୋଲି ଚାହିଁବସୁଥିଲେ।  ଏବେ ସେହି ଲୋକଙ୍କ ମୁହଁରେ ହସ ଫୁଟିଛି।

ଏଠାରେ ସୂଚନା ଯୋଗ୍ୟ ଯେ କାଶୀନଗର ବ୍ଲକରେ ୩୩୦୦କାର୍ଡର ଟାର୍ଗେଟ ଥିବା ବେଳେ ୪୫୦୦କାର୍ଡ ବଣ୍ଟା ହୋଇଛି । ଜିଲ୍ଲାପ୍ରସାଶନର ସହଯୋଗରେ ଏବଂ ଯେଉଁ ମାନେ ମଧ୍ୟ ବଞ୍ଚିତ ଅଛନ୍ତି ସେମାନେ ମଧ୍ୟ ପାଇବେ ବୋଲି ଅତିଥି ମାନେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.