Sorry.. ମାଳଦ୍ୱୀପ, ଆମର ଲାକ୍ଷଦ୍ୱୀପ ଅଛି….ଟ୍ରେଣ୍ଡ କଲା #BoycottMaldives, ଜାଣନ୍ତୁ କାହିଁକି

ମାଳଦ୍ୱୀପ ନେତା ଭାରତକୁ ନେଇ କରିଥିବା ପୋଷ୍ଟ ଉପରେ ଅନେକ ଲୋକ ପ୍ରତିକ୍ରିୟା ଦେଉଛନ୍ତି । ୟୁଜର୍ସମାନେ ମାଳଦ୍ୱୀପ ଯାତ୍ରାକୁ ବାତିଲ କରିଥିବା କହୁଛନ୍ତି । ଏକ୍ସରେ ୟୁଜର୍ସ ନିଜର ମାଳଦ୍ୱୀପ ଯାତ୍ରାକୁ ବାତିଲ କରିଥିବା କହୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷଦ୍ୱୀପ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକେ ମାଳଦ୍ୱୀପ ଯାତ୍ରା ବାତିଲ କରି ଲାକ୍ଷଦ୍ୱୀପକୁ ଯିବାକୁ ପ୍ଲାନ କରୁଛନ୍ତି । ଆଉ ଏହାକୁ ନେଇ ମାଳଦ୍ୱୀପର ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁ ପାର୍ଟିର ନେତା ଅବଦୁଲ୍ଲା ମହଜୁମ ଭାରତକୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଏକ ବିବାଦୀୟ ବୟାନ ଦେଇଛନ୍ତି ।

ମାଳଦ୍ୱୀପକୁ ଟାର୍ଗେଟ କରାଯାଉଥିବା ନେଇ ସେ ଭାରତ ନାଁରେ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ଏବେ ବିବାଦ ଉପୁଜିଛି । ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟକୁ ଦେଖି ଭାରତର ଅନେକ ଲୋକେ ମାଳଦ୍ୱୀପ ଯାତ୍ରାକୁ ବାତିଲ କରି ଲାକ୍ଷାଦ୍ୱୀପ ଯିବା ପାଇଁ ପ୍ଲାନିଂ କରୁଛନ୍ତି। ସୋସିଆଲ ମିଡିଆରେ #BoycottMaldives ଟ୍ରେଣ୍ଡ କରୁଛି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ମାଳଦ୍ବୀପର ମନ୍ତ୍ରୀମାନେ ଦେଇଥିବା ରୁଚିହୀନ ମନ୍ତବ୍ୟକୁ ଆଜି ସେ ଦେଶର ପୂର୍ବତନ ରାଷ୍ଟ୍ରପତି ନିନ୍ଦା କରିଛନ୍ତି ।

ମାଳଦ୍ୱୀପ ନେତା ଭାରତକୁ ନେଇ କରିଥିବା ପୋଷ୍ଟ ଉପରେ ଅନେକ ଲୋକ ପ୍ରତିକ୍ରିୟା ଦେଉଛନ୍ତି । ୟୁଜର୍ସମାନେ ମାଳଦ୍ୱୀପ ଯାତ୍ରାକୁ ବାତିଲ କରିଥିବା କହୁଛନ୍ତି । ଏକ୍ସରେ ୟୁଜର୍ସ ନିଜର ମାଳଦ୍ୱୀପ ଯାତ୍ରାକୁ ବାତିଲ କରିଥିବା କହୁଛନ୍ତି । ୟୁଜର୍ସ ଲେଖିଛନ୍ତି, ମୁଁ ଜନ୍ମଦିନରେ ମାଳଦ୍ୱୀପ ଯିବାକୁ ପ୍ଲାନ୍‌ କରିଥିଲି, ଟ୍ରାଭେଲ ଏଜେଣ୍ଟ ସହିତ ଡିଲ୍‌ ମଧ୍ୟ କରିଥିଲି । କିନ୍ତୁ ମାଳଦ୍ୱୀପ ମନ୍ତ୍ରୀଙ୍କ ଟ୍ଵିଟ୍‌ କରି ତୁରନ୍ତ ବାତିଲ କରିଦେଇଛି ।

ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ସରି… ମାଳଦ୍ୱୀପ, ଆମର ନିଜର ଲାକ୍ଷଦ୍ୱୀପ ରହିଛି। ମୁଁ ଆତ୍ମନିର୍ଭର ।


ଆଉ ଜଣେ ଲେଖିଛନ୍ତି, ମାଳଦ୍ୱୀପରେ ରହିବାକୁ ୫ ଲକ୍ଷର ବୁକିଂ କରିଥିଲି । କିନ୍ତୁ ମାଳଦ୍ୱୀପ ମନ୍ତ୍ରୀଙ୍କ ଟିପ୍ପଣୀ ଯୋଗୁଁ ବାତିଲ କରିଛି ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଲାକ୍ଷଦ୍ୱୀପ ଯାତ୍ରା କରି ସେଠିକାର ଫଟୋ ପୋଷ୍ଟ କରିଥିଲେ । ଏହାପରେ ଲାକ୍ଷଦ୍ୱୀପକୁ ନେଇ ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.