Below header

ଇକୋ ଟୁରିଜିମରେ ସାମିଲ ହେଲା ହରିହରଯୋର ଡ୍ୟାମ୍, ଜମୁଛି ପର୍ଯ୍ୟଟକଙ୍କ ଭିଡ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହରଯୋର ଠେଙ୍ଗୋ ଡ୍ୟାମର । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଗୁରୁବାର ଠାରୁ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଠାରେ ଆରମ୍ଭ ହୋଇଛି ନୌବିହାର ବ୍ୟବସ୍ଥା । ଆଉ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବାପରେ ଏବେ ପର୍ଯ୍ୟଟକମାନେ ହରିହରଯୋର ଡ୍ୟାମର ନୀଳ ଜଳରାଶିରେ ନୌବିହାରର ମଜାନେଉଛନ୍ତି ।

ସୁବର୍ଣ୍ଣପୁର(କେନ୍ୟୁଜ): ଦେହରେ ଲାଇଫ ଜାକେଟ ଲଗାଇ ପୁରୁଷ ଓ ମହିଳା ବସିଛନ୍ତି ମୋଟର ବୋଟରେ । ଆଉ ମୋଟର ବୋଟ ଷ୍ଟାର୍ଟ ହୋଇ ଆଗକୁ ଗଲା ପରେ ନେଉଛନ୍ତି ଅପରୁପ ଜଳରାଶି ର ମଜା। ସୁନ୍ଦର ପରିବେଶ ସାଙ୍ଗକୁ ପୁଣି ନୌବିହାରର ମଜାନେବାକୁ ଲାଗିଛି ଲୋକଙ୍କ ଗହଳି । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହରଯୋର ଠେଙ୍ଗୋ ଡ୍ୟାମର । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଗୁରୁବାର ଠାରୁ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଠାରେ ଆରମ୍ଭ ହୋଇଛି ନୌବିହାର ବ୍ୟବସ୍ଥା । ଆଉ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବାପରେ ଏବେ ପର୍ଯ୍ୟଟକମାନେ ହରିହରଯୋର ଡ୍ୟାମର ନୀଳ ଜଳରାଶିରେ ନୌବିହାରର ମଜାନେଉଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାର ମେଟାକାନୀ ପୀଠ,ପାତାଳୀ ଶ୍ରୀକ୍ଷେତ୍ର ଏବଂ ହରିହରଯୋର ଡେମ ଏକ ପର୍ଯ୍ୟଟନ କରିଡର ହୋଇଥିବାରୁ ବର୍ଷ ତମାମ ଏଠାକୁ ପର୍ଯ୍ୟଟକମାନେ ଆସୁଛନ୍ତି । ତେବେ ହରିହରଯୋର ଡେମରେ ପର୍ଯ୍ୟଟକଙ୍କ ପାଇଁ ସେଭଳି କିଛି ବ୍ୟବସ୍ଥା ନଥିଲା । ଏଣୁ ଏହି ସ୍ଥାନକୁ ଇକୋ ଟୁରିଜିମରେ ସାମିଲ କରିବା ସହ ବନ ବିଭାଗର ଉଦ୍ୟମରେ ଏଠାରେ ପ୍ରଥମ ଥରପାଇଁ ମୋଟର ବୋଟର ଶୁଭାରମ୍ଭ କରାଯାଇଛି । କେବଳ ମୋଟର ବୋଟ ନୁହେଁ ଏହା ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା କରାଗଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଜମିବବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ଏହି ପ୍ରକଳ୍ପର ଶୁଭାରମ୍ଭ ହେବା ଫଳରେ ପର୍ଯ୍ୟଟକଙ୍କୁ ଏବେ ଏହା ବେଶ ଆକୃଷ୍ଟ କରିବବୋଲି ଉଭୟ ଜିଲ୍ଲାପାଳ ଏବଂ ଡିଏଫଓ କହିଛନ୍ତି ।

dam

ତେବେ ସୁବର୍ଣ୍ଣପୁର ଜିଲ୍ଲା ମଠ,ମନ୍ଦିର ଓ ପର୍ଯ୍ୟଟନ ବିଭବରେ ଏକ ଭରପୁର ଜିଲ୍ଲା । ଜିଲ୍ଲାର କୋଣ ଅନୁକୋଣରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ବିଶେଷକରି ଜିଲ୍ଲାର ମେଟାକାନୀ ପୀଠ,ପାତାଳୀ ଶ୍ରୀକ୍ଷେତ୍ର ଏବଂ ହରିହରଯୋର ଡେମକୁ ବର୍ଷ ତମାମ ଛୁଟେ ପର୍ଯ୍ୟଟକଙ୍କ ସୁଅ । ଏଣୁ ଏବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଜିଲ୍ଲାରେ ପ୍ରଥମ ଥର ପାଇଁ ହରିହରଯୋର ଠେଙ୍ଗୋ ଡ୍ୟାମ ପର୍ଯ୍ୟଟକଙ୍କ ପାଇଁ ନୌବିହାର ସହ ମୋଟର ବୋଟ ଶୁଭାରମ୍ଭ ଯାହାକୁ ନେଇ ବେଶ ଖୁସି ପର୍ଯ୍ୟଟକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.