Below header

ମୁମ୍ବାଇ ବିପିସିଏଲ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ : ୩୪ ଆହତ,୮ ଗୁରୁତର

ମୁମ୍ବାଇ ଚେମ୍ବୁରସ୍ଥିତ ମାହୁଲ ଠାରେ ଥିବା ଭାରତ ପେଟ୍ରୋଲିୟମ ପ୍ଲାଣ୍ଟରେ ବଡ ଧରଣର ଅଗ୍ନିକାଣ୍ଡ। ଏହି ଘଟଣାରେ ୩୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ନିଆଁ ଲିଭାଇବା ପାଇଁ ଅଗ୍ନିସମ କର୍ମଚାରୀ ମାନେ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ତେବେ ନିଆଁ ଏତେ ଭୟଙ୍କର ଭାବରେ ଲାଗିଛିଯେ ଅଗ୍ନିସମ କର୍ମଚାରୀ ପାଖକୁ ଯାଇ ନିଆଁକୁ ଲିଭାଇବା ସମ୍ଭବ ହେଉନାହିଁ। ଭାରତ ପେଟ୍ରେଲିୟମର ଏହି ତୈଳ ବିଶୋଧନାଗାରରେ ତିବା ହାଇଡ୍ରୋ କ୍ରାକର ପ୍ଲାଣ୍ଟରେ ନିଆଁ ଲାଗିଛି।

ଅପରାହ୍ଣ ପ୍ରାୟ ୩ଟା ବେଳେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁର ଧାସରେ ଆଖପାଖ ଅଞ୍ଚଳ ଉତ୍ତପ୍ତ ହୋଇପଡିଛି। ପ୍ଲାଣ୍ଟ ଭିତରୁ ବିସ୍ଫୋରଣ ଶବ୍ଦ ଶୁଭିବା ସହ ନିଆଁର ଶିଖା ବହୁତ ଉପରକୁ ଉଠିଥିବା ଦେଖିବାକୁ ମିଳିଛି। ନିଆଁ ଲିଭା କାର୍ୟ୍ୟରେ ୭ଟି ଦମକଳ ଏବଂ ୨ଟି ଫୋମ ମେସିନ ଲାଗିଛନ୍ତି। ପ୍ଲାଣ୍ଟ ଆଖପାଖରେ ଥିବା ବିଲ୍ଡିଙ୍ଗ ଗୁଡିକରୁ ଲୋକଙ୍କୁ ଘର ଖାଲି କରିବା ପାଇଁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.