ଆପଣଙ୍କ ଘରେ ହିଁ ରହିଛି ଡେଙ୍ଗୁ ମଶା ଭଗାଇବାର ସହଜ ଉପାୟ : ଥରେ ଟ୍ରାଏ କରି ଦେଖନ୍ତୁ

ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ଡେଙ୍ଗୁ ଏବଂ ମ୍ୟାଲେରିଆ ମଶାଙ୍କ ଆତଙ୍କ ସମସ୍ତଙ୍କୁ ଚିନ୍ତିତ କରିଥାଏ । ସବୁଠାରୁ ବଡ କଥା ହେଉଛି ଏହି ସବୁ ମଶା ସଫା ପାଣିରେ ବଢିଥାନ୍ତି । ଯାହା ଫଳରେ ଘରର କୌଣସି ବି କୋଣରେ ଏହି ସବୁ ମଶା ଜନ୍ମ ହେବାର ସମ୍ଭାବନା ଥାଏ । ମଶା କେବଳ ରାତିରେ ଯେ ଆପଣଙ୍କ ନିଦ ଖରାପ କରିଥାଏ ତାହା ନୁହେଁ । ବରଂ ଆପଣଙ୍କ ସ୍ବାସ୍ଥ୍ୟର ଶତ୍ରୁ ମଧ୍ୟ । ଏମିତିରେ ଏହି ଶତ୍ରୁ ମାନଙ୍କୁ ଭଗାଇବା ପାଇଁ ଆପଣଙ୍କ ଘରେ ଅଛି ଅନେକ ଉପାୟ। ଆସନ୍ତୁ ଜାଣିବା ଏହି ସବୁ ଉପାୟ ବିଷୟରେ ।

ଲିମ୍ବ :
ଲିମ୍ବ ଏବଂ ନଡିଆ ତେଲକୁ ସମାନ ମାତ୍ରାରେ ନେଇ ମିଶ୍ରଣ ତିଆରି କରନ୍ତୁ । ଲିମ୍ବରେ ଭାଇରସ୍, ବ୍ୟାକ୍ଟେରିଆ ଏବଂ ଫୋଙ୍ଗସ୍ ସହ ଲଢିବାର କ୍ଷମତା ଥାଏ । ଏହି ମିଶ୍ରଣକୁ ଲଗାଇବା ଦ୍ବାରା ଏକ ପ୍ରକାର ବାସ୍ନା ଶରୀରରୁ ଆସିଥାଏ । ଯାହା ମଶାଙ୍କୁ ଦୂରେଇବାରେ ସାହାଯ୍ୟ କରିଥାଏ । ପ୍ରାୟ ୮ ଘଂଟା ଯାଏଁ ପାଖ ମାଡନ୍ତିନି ମଶା ।

କର୍ପୁର :
ଅନ୍ୟମାନଙ୍କ ଅପେକ୍ଷା ଅଧିକ ସମୟ ମଶା ମାନଙ୍କୁ ଦୂରରେ ରଖିବାର କ୍ଷମତା କର୍ପୁରରେ ଅଛି । ଘରେ ବାସ୍ ଗୋଟିଏ କର୍ପୁର ଜଳାଇ ୧୫ – ୨୦ ଯାଏଁ ଛାଡି ଦିଅନ୍ତୁ । ଯେତେବେଳେ ରୁମକୁ ଫେରିବେ ଦେଖିବେ ମଶାର ଚିହ୍ନ ମଧ୍ୟ ନଥିବ ।

ତୁଳସୀ :
ତୁଳସୀ ଗଛକୁ ଝରକା ପାଖରେ ରଖିଦେଲେ ଘରକୁ ମଶା ପଶିପାରିବେ ନାହିଁ । ତୁଳସୀ ନା କେବଳ ମଶାମାନଙ୍କୁ ଭଗାଇଥାଏ ବରଂ ଘର ଭିତରକୁ ଆସିବାକୁ ଦେଇନଥାଏ ।

ରସୁଣ :
ରସୁଣ ବାସ୍ନା ଯୋଗୁଁ ମଶା ଏହା ନିକଟକୁ ଯାଆନ୍ତି ନାହିଁ । ତେଣୁ ରସୁଣକୁ ଗ୍ରାଇଣ୍ଡି କରି ପାଣିରେ ଫୁଟାଇ ଏହି ପାଣିକୁ ଘରେ ଛିଞ୍ଚି ଦିଅନ୍ତୁ ।

ଲାଭେଣ୍ଡର :
ଲାଭେଣ୍ଡରର ବାସ୍ନା ଏତେ ତୀବ୍ର ଯେ ମଶା ଘର ଭିତରକୁ ପଶିପାରନ୍ତି ନାହିଁ । ତେଣୁ ଘରେ ଲାଭେଣ୍ଡରର ଫ୍ରେସନର୍ ବ୍ୟବହାର କରନ୍ତୁ । ମଶା ବି ପଶିବେନି ଆଉ ରୁମ୍ ବି ଭଲ ବାସ୍ନା ହେବ ।

ଲେମ୍ବୁ :
ଲେମ୍ବୁ ଏବଂ ୟୁକାଲିପ୍ଟସର ତେଲ ମିଶାଇ ଶରୀରରେ ଲଗାଇଲେ ମଶା କାମୁଡିବେ ନାହିଁ । ଏହା କେବଳ ମଶାଙ୍କୁ ଦୂରେଇ ନଥାଏ ବରଂ ଭଲ ଆଣ୍ଟିସେପ୍ଟିକର କାମ ମଧ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.