କଣ ଅନୁଷ୍କା ଟିମ୍ ଇଣ୍ଡିଆର ସଦସ୍ୟ ? ବିରୁଷ୍କାଙ୍କ ପାଇଁ ଟ୍ରୋଲ୍ ର ଶିକାର ହେଲା BCCI

୯ ଅଗଷ୍ଟରୁ ଗୁରୁବାରଠାରୁ ଲର୍ଡସର ଐତିହାସିକ ମୈଦାନରେ ଦ୍ବିତୀୟ ଟେଷ୍ଟ ଖେଳିବ ଟିମ୍ ଇଣ୍ଡିଆ । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ବିବାଦ ଘେରକୁ ଚାଲିଆସିଛି ବିସିସିଆଇ । ଆଉ ଏହି ବିବାଦର କାରଣ ଆଉ କେହି ନୁହେଁ ନିଜେ ଅଧିନାୟକ ବିରାଟ କୋହଲୀ ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା । ପ୍ରକୃତ କଥା ହେଉଛି ମଙ୍ଗଳବାର ଟିମ୍ ଇଣ୍ଡିଆକୁ ଭାରତୀୟ ଉଚ୍ଚାୟୋଗ ଡିନର୍ ପାର୍ଟିକୁ ଆମନ୍ତ୍ରିତ କରିଥିଲେ । ଆଉ ଏହି ସମୟର ଏକ ଫଟୋ ସୋସିଆଲ୍ ମିଡିଆରେ ଅପଲୋଡ କରିଥିଲା ବିସିସିଆଇ । ଫଟୋରେ ଟିମ୍ ଇଣ୍ଡିଆର ସମସ୍ତ ସଦସ୍ଯ ଏବଂ ଖେଳାଳୀ ଗୋଟିଏ ପ୍ରକାର ସର୍ଟ ପିନ୍ଧିଥିବାର ନଜର ଆସିଛନ୍ତି ।

କିନ୍ତୁ ଏହି ଫଟୋରେ ଟିମ୍ ଇଣ୍ଡିଆର ଖେଳାଳୀଙ୍କ ସହ ଥିଲେ ଅନୁଷ୍କା ଶର୍ମା । ଯେତେବେଳେ କି ଅନ୍ୟ କୌଣସି ଖେଳାଳୀଙ୍କ ପତ୍ନୀ ନଥିଲେ । ଯାହାକୁ ଦେଖି ପ୍ରଶଂସକ ଛିଡା କରିଛନ୍ତି ପ୍ରଶ୍ନର ପାହାଡ ।  ତେବେ  ଏହି ଅଧିକାରିକ ସମାରୋହରେ ଅନୁଷ୍କା ଶର୍ମା ଇଣ୍ଡିଆ ଟିମର ମେମ୍ବର କେମିତି ହୋଇଗଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଶଂସକ । ତେବେ କ୍ରିକେଟ ଏବଂ ବିରାଟଙ୍କୁ ନେଇ ଅନୁଷ୍କା ଟ୍ରୋଲ୍ ହେବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ପ୍ରଶଂସକଙ୍କ ପ୍ରଶ୍ନର ଶିକାର ହୋଇସାରିଛନ୍ତି ଅନୁଷ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.