Below header

‘ଯଦି ମୋ ବିରୋଧରେ ଗୋଟିଏ ବି ଅଭିଯାଗ ପ୍ରମାଣିତ ହୁଏ, ତେବେ ମୁଁ ନିଜକୁ ଫାଶୀରେ ଚଢ଼ାଇ ଦେବି’: ବ୍ରିଜଭୂଷଣ ଶରଣ ସିଂ

ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ତାଙ୍କ ବିରୋଧରେ ଲାଗିଥିବା ଯୌନ ଉତ୍ପୀଡ଼ନର ଅଭିଯୋଗ ମଧ୍ୟରେ ସେ କହିଛନ୍ତି ଯେ ଯଦି ମୋ ବିରୋଧରେ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୁଏ, ତେବେ ମୁଁ ନିଜକୁ ଫାଶୀରେ ଚଢ଼ାଇଦେବି।

ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ତାଙ୍କ ବିରୋଧରେ ଲାଗିଥିବା ଯୌନ ଉତ୍ପୀଡ଼ନର ଅଭିଯୋଗ ମଧ୍ୟରେ ସେ କହିଛନ୍ତି ଯେ ଯଦି ମୋ ବିରୋଧରେ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୁଏ, ତେବେ ମୁଁ ନିଜକୁ ଫାଶୀରେ ଚଢ଼ାଇ ଦେବି।

ବ୍ରିଜଭୂଷଣ ଶରଣ ସିଂ ଆହୁରି କହିଛନ୍ତି, ମୁଁ କହିଥିଲି ଯେ ଯଦି ମୋ ବିରୋଧରେ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୋଇଯାଏ, ତେବେ ମୁଁ ଫାଶୀରେ ଚଢ଼ିବି। ଆଜି ମଧ୍ୟ ମୁଁ ସମାନ କଥା ଦୋହରାଉଛି। ୪ ମାସ ହେଲା ସେମାନେ ମୋର ଫାଶୀ ଚାହୁଁଛନ୍ତି, କିନ୍ତୁ ସରକାର ମୋତେ ଫାଶୀ ଦେଉ ନାହାନ୍ତି, ତେଣୁ ସେମାନେ ନିଜର ପଦକ ଗଙ୍ଗାରେ ବୁହାଇବାକୁ ଯାଉଛନ୍ତି।

ମୋ ବିରୋଧରେ ଅଭିଯୋଗ ଆଣିଥିବା ଲୋକେ ଗଙ୍ଗାରେ ପଦକ ଫିଙ୍ଗିଦେଲେ ବ୍ରିଜଭୂଷଣଙ୍କୁ ଫାଶୀ ମିଳିବ ନାହିଁ। ଯଦି ଆପଣଙ୍କ ପାଖରେ ପ୍ରମାଣ ଅଛି, ତା’ ହେଲେ କୋର୍ଟଙ୍କୁ ଦିଅନ୍ତୁ। କୋର୍ଟ ମୋତେ ଫାଶୀ ଦେବେ ଏବଂ ମୁଁ ଏହାକୁ ଗ୍ରହଣ କରିବି।

ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ କହିଛି ଯେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ପ୍ରମାଣିତ କରିବା ଏବଂ ତାଙ୍କୁ ଗିରଫ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୋଲିସ ୧୫ ଦିନ ମଧ୍ୟରେ କୋର୍ଟରେ ରିପୋର୍ଟ ଦାଖଲ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.