ମୁକେଶ ଅମ୍ବାନୀଙ୍କ ପରିବାରରେ ପୁଣି ଖୁସିର ଲହରୀ, କନ୍ୟା ସନ୍ତାନ ଜନ୍ମ ଦେଲେ ବୋହୂ ଶ୍ଲୋକା ଅମ୍ବାନୀ
ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଘରେ ପୁଣିଥରେ ଖୁସିର ଲହରୀ ଖେଳିଛି। ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ପୁଣିଥରେ ବାପା ହୋଇଛନ୍ତି। ଆକାଶଙ୍କ ପତ୍ନୀ ଶ୍ଲୋକା ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି।
ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଘରେ ପୁଣିଥରେ ଖୁସିର ଲହରୀ ଖେଳିଛି। ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ପୁଣିଥରେ ବାପା ହୋଇଛନ୍ତି। ଆକାଶଙ୍କ ପତ୍ନୀ ଶ୍ଲୋକା ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଦୁହେଁ ଦ୍ୱିତୀୟ ଥର ପାଇଁ ମା’, ବାପା ହୋଇଛନ୍ତି। ଏହା ପୂର୍ବରୁ ସେମାନଙ୍କର ଏକ ପୁତ୍ର ସନ୍ତାନ ‘ପୃଥ୍ଵୀ’ ଅଛି।
କନ୍ୟା ସନ୍ତାନର ଆଗମନରେ ଅମ୍ବାନୀ ପରିବାର ବହୁତ ଖୁସି ଅଛନ୍ତି। ସେଲିବ୍ରିଟି ଫଟୋଗ୍ରାଫର ୟୋଗେନ ଶାହ ମଧ୍ୟ ନିଜର ଇନ୍ଷ୍ଟାଗ୍ରାମରେ ଏ ନେଇ ସୂଚନା ସେୟାର କରିଛନ୍ତି। ଯଦିଓ ଏ ପର୍ଯ୍ୟନ୍ତ ଅମ୍ବାନୀ ପରିବାର ତରଫରୁ କୌଣସି ସୂଚନା ସାମ୍ନାକୁ ଆସିନାହିଁ।
ଆକାଶ ଓ ଶ୍ଲୋକା ପ୍ରଥମ ଥର ୨୦୨୦ରେ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ। ୨୦୨୦ ଡିସେମ୍ବର ୧୦ରେ ମୁକେଶ ଅମ୍ବାନୀ ଜେଜେ ହୋଇଥିଲେ। ନାତି ଜନ୍ମ ହେବାର ସଙ୍ଗେ ସଙ୍ଗେ ସେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ନାତିକୁ କୋଳରେ ଧରିଥିବାର ନଜର ଆସିଥିଲେ।
କହି ରଖୁଛୁ, ଯେତେବେଳେ ଅମ୍ବାନୀ ପରିବାର କଲ୍ଚରାଲ ସେଣ୍ଟର ଓପନିଂ ପାର୍ଟିର ଆୟୋଜନ କରିଥିଲା, ତ ସେହି ସମୟରେ ଶ୍ଲୋକାଙ୍କର ଦ୍ୱିତୀୟ ପ୍ରେଗ୍ନାନ୍ସିର ଖବର ସାମ୍ନାକୁ ଆସିଥିଲା। ଏହି ସମୟରେ ଶ୍ଲୋକା ଏକ ସୁନ୍ଦର ଶାଢିରେ ନିଜର ବେବି ବମ୍ପ୍ ଫ୍ଲଣ୍ଟ୍ କରିଥିଲେ।