Below header

ଅତ୍ୟଧିକ ଥଣ୍ଡା ଯୋଗୁ ଛଟପଟ ହୋଇ ଚାଲିଗଲା ୩୯ ଜୀବନ, ସାମ୍ନାକୁ ଆସିଲା ମୃତ୍ୟୁର ଜୀବନ୍ତ ଚିତ୍ର

ଲଣ୍ଡନରେ ଏକ ଲରି କଣ୍ଟେନରରୁ ୩୯ ଜଣଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ପଛର ସତ୍ୟତା ପଦାକୁ ଆସିଛି। ବ୍ରିଟିଶ୍‌ ମିଡିଆ ମୁତାବକ ଟ୍ରକ ବାହାରପଟୁ ବନ୍ଦ ଥିଲା ଓ ଭିତରର ତାପମାତ୍ରା -୨୫ ଡିଗ୍ରୀ ଥିଲା। ଫଳରେ କଣ୍ଟେନର ଭିତରେ ଥିବା ସମସ୍ତ ୩୯ ଜଣ ନିଃଶ୍ୱାସ ନନେଇ ପାରି ମୃତ୍ୟୁବରଣ କରିଥିଲେ।

ଅତ୍ୟଧିକ ଥଣ୍ଡା ଯୋଗୁ ଶ୍ୱାସକ୍ରିୟାରେ ବାଧା ଉପୁଜିବାରୁ ଲୋକମାନେ ଜୀବନ ବଞ୍ଚାଇବାକୁ ପାଟି କରିଥିଲେ। ମାତ୍ର କଣ୍ଟେନରଟି ଚାରିପଟୁ ବନ୍ଦ ଥିବାରୁ ସେମାନଙ୍କ କ୍ରନ୍ଦନ କେହି ଶୁଣିପାରିନଥିଲେ। ଜୀବନ ବଞ୍ଚାଇବାକୁ ସେମାନେ ଟ୍ରକ୍‌କୁ ହାତରେ ବାଡ଼େଇଥିଲେ ମଧ୍ୟ। କିନ୍ତୁ କେହି ସାହାଯ୍ୟ କରିବାକୁ ଆଗେଇ ନ ଆସିବାର ଛଟପଟ ହୋଇ ଚାଲିଯାଇଥିଲା ୩୯ ଜଣଙ୍କ ଜୀବନ। ଟ୍ରକର ଭିତରପଟେ ମୃତ ଲୋକଙ୍କ ରକ୍ତ ଲଗା ହାତ ଚିହ୍ନ ଦେଖିବାକୁ ମିଳିଛି। ସେହି ରକ୍ତରୁ ହିଁ ଜଣାପଡ଼ୁଛି ସେମାନଙ୍କ ମୃତ୍ୟୁ ଥିଲା କେତେ ଭୟଙ୍କର।

ଏହାସହ ପଢ଼ନ୍ତୁ: ଟ୍ରକ୍‌ ଡାଲାରୁ ମିଳିଲା ୩୯ଟି ମୃତଦେହ, ସତ ଜାଣିଲେ ଟାଙ୍କୁରି ଉଠିବ ଲୋମ

ଏହି ମାମଲାରେ ପୋଲିସ ଟ୍ରକ ଡ୍ରାଇଭରଙ୍କ ସମେତ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ମୃତ ୩୯ ଜଣଙ୍କୁ ମାନବଚାଲାଣ ବା ହ୍ୟୁମାନ୍‌ ଟ୍ରାଫିକିଂ କରାଯାଉଥିବା ପୋଲିସ ସନ୍ଦେହ କରୁଛି। ଏହି ବ୍ୟକ୍ତିମାନଙ୍କ ଘର ବୁଲଗେରିଆ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, ଇଷ୍ଟ ଅଫ୍‌ ଲଣ୍ଡନର ଗ୍ରାଇସ୍‌ସ୍ଥିତ ଇଣ୍ଡଷ୍ଟ୍ରିଆଲ ପାର୍କ ନିକଟରେ ଏକ ଟ୍ରକରେୁ ୩୯ ଜଣଙ୍କ ମୃତଦେହ ଜବତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.