ଏହା ହେଉଛି ଦୁନିଆର ସବୁଠାରୁ ଭିନ୍ନ ଝରଣା, ଯାହାକୁ ଦେଖିବା ମାତ୍ରେ ଥରିଉଠିବ ଆପଣଙ୍କ ଛାତି

ଝରଣା ଦେଖିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । କିନ୍ତୁ ଦୁନିଆରେ ଏପରି କିଛି ଝରଣା ରହିଛି ଯାହାକୁ ଦେଖିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ଆସନ୍ତୁ ଜାଣିବା ଦୁନିଆର କିଛି ଭୟଙ୍କର ଦେଖାଯାଉଥିବା ଝରଣା ବିଷୟରେ ଯାହାକୁ ଦେଖିବା ମାତ୍ରେ ଆପଣ ନିଶ୍ଚୟ ଭୟ କରିବେ ।

ହର୍ସଟେଲ ଝରଣା, ୟୋସେମାଇଟ

ଏହି ଝରଣା ଅତ୍ୟନ୍ତ ଅଦ୍ଭୁତ ଅଟେ । ଆପଣ ଏହି ଝରଣାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଝରଣାକୁ ଦେଖିଲେ ଏପରି ଲାଗିଥାଏ ଯେପରି ଉପରୁ ତଳ ପର୍ଯ୍ୟନ୍ତ ସେଥିରୁ ନିଆଁ ବର୍ଷା ହେଉଛି । ଏହି ଝରଣା କାଲିଫର୍ନିଆର ୟୋସେମାଇଟ ନ୍ୟାସନାଲ ପାର୍କରେ ଅବସ୍ଥିତ ।

ଏହାସହ ପଢନ୍ତୁ କାହିଁକି ନିଜର ଝାଡା ଖାଇଥାଏ ଠେକୁଆ, ଜାଣନ୍ତୁ କାହିଁକି ଅନେକ ପଶୁଙ୍କର ରହିଥାଏ ଏପରି ଅଜୀବ ଆଦତ

ରକ୍ତ ଝରଣା, ଆଣ୍ଟାର୍କଟିକା

ଏହି ଝରଣାଟି ଆଣ୍ଟାର୍କଟିକାର McMurdo Dry Valleysରେ ସ୍ଥିତ ଟାଇଲର ଗ୍ଲେସିୟର ସାମ୍ନାରେ ଅବସ୍ଥିତ । ଯାହାର ପାଣି ସମ୍ପୂର୍ଣ୍ଣ ଲାଲ ରଙ୍ଗର ଅଟେ ଏବଂ ଏହାକୁ ଦେଖିବା ପରେ ଏପରି ଲାଗିଥାଏ ଯେପରି ସେଥିରୁ ଅନବରତ ଭାବେ ରକ୍ତ ବହୁଅଛି । ଏହାକୁ ଦେଖିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଏହି ଝରଣାଟିକୁ ୧୯୫୨ ମସିହାରେ ଆବିଷ୍କାର କରାଯାଇଥିଲା ।

ବାଟରା ଜର୍ଜ ଝରଣା, ଲେବନାନ

ଏହି ଝରଣା ପଶ୍ଚିମ ଅଷ୍ଟ୍ରେଲିଆର କିମ୍ବରଲେରେ ଅବସ୍ଥିତ । ଅନ୍ୟ ଝରଣା ଗୁଡିକ ଉପରୁ ତଳକୁ ବହୁଥିବା ବେଳେ ଏହି ଝରଣାଟି ନଦୀ ଭଳି ଭୂମି ସହ ସାମନ୍ତର ଭାବେ ବୋହିଥାଏ । ମୋଟାମୋଟି ଭାବେ କହିବାକୁ ଗଲେ ଏହି ଝରଣାଟି ଆଶ୍ଚର୍ଯ୍ୟଜନକ ଭାବେ ଦୁଇଟି ସମାନ୍ତରାଳ ଗତିରେ ବୋହିଥାଏ ।

ମରିସସର ପାଣି ତଳେ ଥିବା ଝରଣା

Image result for underwater waterfall in mauritius

ମରିସସର ଦକ୍ଷିଣ ପଶ୍ଚିମ କୋଣରେ ଏକ ଝରଣା ରହିଛି ଯାହା ବହୁତ ଅସାଧାରଣ ଅଟେ । ସୋସିଆଲ ମିଡିଆରେ ଲୋକମାନେ ଦାବି କରିଥାନ୍ତି ଯେ ଏହି ଝରଣା ପାଣି ତଳେ ବୋହିଥାଏ କିନ୍ତୁ ପ୍ରକୃତରେ ପାଣିର ତଳେ ପଟୁ ଜମା ହୋଇଥିବା କାରଣରୁ ଏପରି ଲାଗିଥାଏ ଯେପରି ଝରଣା ତଳେ ପାଣି ବହୁଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.