Below header

ପାକିସ୍ତାନ ସୀମାରୁ ଆସିଥିବା ପାରା ପକ୍ଷୀରେ ମିଳିଲା ନମ୍ବର, ବିଏସଏଫ ଯବାନ ଆରମ୍ଭ କଲେ ତଦନ୍ତ

ଭାରତ-ପାକିସ୍ତାନକୁ ଲାଗି ରହିଥିବା ସୀମାବର୍ତ୍ତୀ ଜିଲ୍ଲା ଜୈସଲମେରର ଅନ୍ତର୍ଜାତୀୟ ସୀମାରେ ବିଏସଏଫ ଯବାନ ଏକ ପାକିସ୍ତାନୀ ପାରାକୁ ଧରିଛନ୍ତି। ଏହି ପାରାଟି ସୀମା ଆରପଟୁ ଆସିଥିବା ବେଳେ ତା’ର ଡେଣାରେ ଏକ ନମ୍ବର ଲେଖାହୋଇଛି, ଯାହାକୁ ଦେଖି ବିଏସଏଫ୍ ଯବାନ ସତର୍କତା ଅବଲମ୍ବନ ଆପଣାଇଛନ୍ତି। ପାରା କୌଣସି ଷଡଯନ୍ତ୍ର ପାଇଁ ପଠାଯାଇଛି କିମ୍ବା କୌଣସି ପକ୍ଷୀ ଷ୍ଟଡିର ଅଂଶ ହୋଇପାରେ, ଏହାକୁ ନେଇ ଯାଞ୍ଚ କରାଯାଉଛି।

ରାଜସ୍ଥାନର ଜୈସଲମେରର ଶାହଗଢ ବଲଜକୁ ଲାଗିଥିବା ପାକିସ୍ତାନୀର ଅନ୍ତର୍ଜାତୀୟ ସୀମାରେ ବିଏସଏଫର ୧୮ ତମ ବାଟାଲିୟରର ଯବାନ ଏକ ପାରାକୁ ଧରିଛନ୍ତି। ଏହି ପାରା ପାକିସ୍ତାନୀ ସୀମାରୁ ଉଠିକି ଆସିଛି। ପାରାର ଡେଣାରେ କିଛି ନମ୍ବର ଲେଖା ହୋଇଛି।

ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ଶାହଗଢ ବଲଜକୁ ଲାଗିଥିବା ଅନ୍ତର୍ଜାତୀୟ ସୀମାରେ ଏହି ପାରା ସୀମାର ସ୍ତମ୍ବ ୭୧୮/୩ ପାଖରେ ବସିଥିଲା। ଯାହା ଉପରେ ୨୭.୩୨ ଓ ୧୫ ନମ୍ବର ଲେଖାହୋଇଛି। ସେଭଳି ପରରେ ୨୩୦ ଜିପିଏସ୍, ୧୫୦ ଜିପିଏସ୍, ୩୧୦ ଜିପିଏସ୍ ଲେଖା ହୋଇଛି। ପାରା ଧରିବା ପରେ ବିଏସଏଫର ଯବାନ ଯାଞ୍ଚରେ ଲାଗିଯାଇଛନ୍ତି।

ପାକିସ୍ତାନର ଏଭଳି ମନ୍ଦ ଉଦ୍ଦେଶ୍ୟ କିଛି ନୂଆ କଥା ନୁହେଁ। ପଶ୍ଚିମ ସୀମାରେ କେବେ ପକ୍ଷୀ ତ ଆଉ କେବେ ବେଲୁନ ଭାରତୀୟ ସୀମାକୁ ପଠାଉଛି, କିନ୍ତୁ ସୀମାରେ ମୁତୟନ ଯବାନଙ୍କ ପାଇଁ ସବୁଥର ଷଡଯନ୍ତ୍ର ବିଫଳ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.