ଯବାନଙ୍କ ଆଖିବୁଜା ଗୁଳିରେ ୪ ଜଣ ସାଥୀ ମୃତ, ନିଜେ ଆତ୍ମହତ୍ୟା କଲେ ହତ୍ୟାକାରୀ

ଅମୃତସର : ପଞ୍ଜାବ ଅମୃତସର ବିଏସ୍‌ଏଫ୍‌ ମୁଖ୍ୟାଳୟରେ ଜଣେ ଯବାନର ଉନ୍ମତ୍ତ କାଣ୍ଡ । ଆଖିବୁଜା ଗୁଳି କରିବା ଯୋଗୁଁ ୪ ଜଣ ଯବାନ୍‌ଙ୍କ ମୃତ୍ୟୁ ହୋଇଛି । ପରେ ସେହି ଯବାନ୍‌ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।
ଅମୃତସର ସ୍ଥିତ ବିଏସ୍‌ଏଫ୍‌ ମୁଖ୍ୟାଳୟରେ ଥିବା ମେସ୍‌ରେ ଆଜି ସକାଳେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ୧୪୪ ବାଟାଲିୟନ୍‌ ମେସ୍‌ରେ ସମସ୍ତେ ଜଳଖିଆ ଖାଉଥିଲେ । ଏତିକିବେଳେ ଯବାନ୍‌ ସତ୍ୟପ୍ପା ଆସି ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ଘଟଣା ସ୍ଥଳରେ ଚାରି ଜଣ ଯବାନ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଗୁଳି ଚଳାଇବା ପରେ ସତ୍ୟପ୍ପା ବନ୍ଧୁକ ଧରି ବାହାରକୁ ପଳାଇ ଯାଇଥିଲେ ଓ ନିଜକୁ ଗୁଳି କରି ଦେଇଥିଲେ । ତେବେ ସେ ଗୁରୁତର ଆହତ ଥିବା ଅବସ୍ଥାରେ ତାଙ୍କୁ ହସପିଟାଲ ନିଆଯାଇଥିଲା । ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା ।
କୁହାଯାଉଛି କି ଡ୍ୟୁଟିକୁ ନେଇ ବିବାଦ ଯୋଗୁଁ ସତ୍ୟପ୍ପା ଏଭଳି କାଣ୍ଡ ଘଟାଇଥିଲେ ।

 

 

Leave A Reply

Your email address will not be published.