ଚାଣକ୍ୟ ନୀତି : ଏମିତି ଲୋକଙ୍କ ଠାରୁ ଆଜି ହିଁ ଦୂରେଇ ଯାଆନ୍ତୁ, କେବେ ବି ଆପଣଙ୍କୁ ଦେଇ ପାରନ୍ତି ଧୋକା

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି |

ଆଜି ଚାଣକ୍ୟ ନୀତିରେ ଜାଣନ୍ତୁ ଲୋକଙ୍କ ବିଷୟରେ ଯେଉଁମାନଙ୍କ ଠାରୁ ସାବଧାନ ରହିବା ଉଚିତ | କାରଣ ଏହି ଲୋକ କେବେ ବି ଆପଣଙ୍କୁ ଧୋକା ଦେଇ ପାରନ୍ତି |
ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଆମେ ସେ ଲୋକଙ୍କୁ ଡରିବା କଥା ନୁହେଁ ଯିଏ ଆମକୁ ପ୍ରଶ୍ନ ପଚାରନ୍ତି କି ଆମ ସହ ଯୁକ୍ତି କରନ୍ତି | ଅଧିକାଂଶ ସମୟରେ ଦେଖାଯାଏ ଯେ ଲୋକେ ବେକାର ପ୍ରଶ୍ନ ପଚାରି ଆମକୁ ବିରକ୍ତ କରି ଦିଅନ୍ତି | ହେଲେ ସେହି ଲୋକମାନେ ଆମ ପାଇଁ ମାରାତ୍ମକ ନୁହନ୍ତି |

ହେଲେ ଯେଉଁ ଲୋକମାନେ ମିଠା କଥା କହି ପଛରେ ଆପଣଙ୍କ ଖରାପ ଚିନ୍ତା କରନ୍ତି ସେମାନେ ମାରାତ୍ମକ ହୋଇଥାନ୍ତି | ଏମିତି ଲୋକ ଛଳନା କରି ସର୍ବଦା ଆପଣଙ୍କୁ କଷ୍ଟ ଦେବାକୁ ତତ୍ପର ଥାନ୍ତି | ଛଳନା କରୁଥିବା ଲୋକ କେବେ ନିଜ ମନ କଥା ପ୍ରକାଶ କରନ୍ତି ନାହିଁ |

ସେମାନେ ଆପଣଙ୍କ ଆଗରେ ଏପରି କଥା କୁହନ୍ତି ଯାହା ଆପଣ ଶୁଣିବାକୁ ଚାହାନ୍ତି | ଏମିତ ଲୋକଙ୍କ ଠାରୁ ସର୍ବଦା ଦୂରରେ ରୁହନ୍ତୁ | ଯଦି ଛାଡି ନାହାନ୍ତି ଆଜି ଏପରି ଲୋକଙ୍କ ସାଙ୍ଗ ଛାଡ଼ନ୍ତୁ |

Leave A Reply

Your email address will not be published.