Below header

ବ୍ରାହ୍ମଣୀ ନଦୀରେ ଅଘଟଣ, ଭାଇ ବଞ୍ଚିଗଲା ଭଉଣୀ ବୁଡ଼ିଗଲା

ରାଉରକେଲା (କେନ୍ୟୁଜ୍‌) : ରାଉରକେଲା ମାଲଗୋଦାମ ବସ୍ତିର କୁମ୍ଭାରପଡ଼ାରେ ରହୁଥିବା ପୂଜା ଗତକାଲି ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ଆଜି ତାର ମୃତ ଦେହ ଉଦ୍ଧାର କରିଛି ରାଉରକେଲା ଅଗ୍ନିଶମ ବିଭାଗ ।
ଉଦିତ ନଗର ହାଇସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିବା ପୂଜା ଜଣେ ଟିକଟକ ଷ୍ଟାର୍‌ ଭାବେ ପରିଚିତ । ସୋସିଆଲ ମିଡିଆରେ ସବୁବେଳେ ନିଜର ଟିକଟକ ଛାଡ଼ିଥାଏ ।
ତେବେ କେଜାଣି କେମିତି ଘରେ ନକହି ପାନପୋଷ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଇବା ପାଇଁ ବାହାରିଲା ପରେ ଭାଇ ଓ ଭଉଣୀ ଦୁଇଜଣ ଯାକ ବୁଡ଼ି ଯାଇଥିଲେ । ଭାଇ ରାହୁଲ ପାଟି କରି ଡାକିବାରୁ ସ୍ଥାନୀୟ ଜଣେ ଯୁବକ ତାକୁ ବଞ୍ଚାଇଥିଲେ । ହେଲେ ପୂଜାକୁ ବଞ୍ଚାଇବା ସମ୍ଭବ ହେଲା ନାହିଁ । ନଦୀ ସୁଅରେ ଭାସି ଯାଇଥିବା ପୂଜାର ମୃତଦେହ ଆଜି ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି ।
ତେବେ ପୂଜା ଟିକ୍‌ଟକ୍‌ ପାଇଁ ନଦୀ ଭିତରେ ପଶିଥିବା ଲୋକେ ଚର୍ଚ୍ଚା କରୁଥିବା ବେଳେ ତାଙ୍କ ପରିବାର ଲୋକେ ଏହାକୁ ଅସ୍ୱୀକାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.