ଏବେ ପ୍ରତିଦିନ ସମସ୍ତଙ୍କୁ ବାଇଆ କରୁଛି ଆପଣଙ୍କ ଆଇ କ୍ୟୁ ବଢାଉଥିବା ଏହି ଲୋକପ୍ରିୟ ଖେଳ

ବର୍ତ୍ତମାନ ଏକ ଖେଳ ସମସ୍ତଙ୍କୁ ପସନ୍ଦ । ଏହା ଏପରି ଏକ ଖେଳ ଯାହା ସମସ୍ତଙ୍କୁ ପାଗଳ କରୁଛି । କୁହାଯାଉଛି ଏହି କ୍ରେଜ ଭଲ ଏବଂ ଏହା ଆଇକ୍ୟୁ ସହ ୱାର୍ଡ ବ୍ୟାଙ୍କକୁ ସମୃଦ୍ଧ କରୁଛି । ଆମେ ୱାର୍ଡଲେ ବିଷୟରେ ହିଁ କହୁଛୁ । ଯାହା ପ୍ରତିଦିନ ତା ଆଡକୁ ଲକ୍ଷଲକ୍ଷ ଲୋକଙ୍କ ମସ୍ତିଷ୍କକୁ ଟାଣୁଛି । ଯାହାକୁ ଅନେକ ୱାର୍ଡ ଗେମ ମଧ୍ୟ କହୁଛନ୍ତି ।ଏହି ଖେଳ ଇଣ୍ଟରନେଟରେ ଧୁମ ମଚାଉଚି । ଏହି ଖେଳକୁ ନିଜ ଷ୍ଟ୍ରାଟେଜି ଅନୁସାରେ ଖେଳିବାକୁ ପଡେ ଏବଂ ଏଥିରେ ନିଜସ୍ୱ ପସନ୍ଦ ମଧ୍ୟ ରହିଛି ।

ପ୍ରକୃତରେ ୱାର୍ଡଲେ ହେଉଛି ଏକ ଅନଲାଇନ ଖେଳ ଯେଉଁଥିରେ ଖେଳାଳୀଙ୍କୁ ପାଞ୍ଚ ଅକ୍ଷର ପଜଲ ଉପରେ ଆଧାର କରି ଠିକ ଶବ୍ଦ ଅନୁମାନ କରିବାକୁ ପଡିଥାଏ । ସଠିକ ଉତ୍ତର ପାଇଁ ୬ଟି ସୁଯୋଗ ଦିଆଯାଏ । ଏହି ପରି ଖେଳ ଖେଳି ଚାଲନ୍ତି ଖେଳାଳୀ ।

ବର୍ତ୍ତମାନ ୱାର୍ଡ଼ଲେ ମାନିଆରେ ପିଲାଠୁ ବୁଢା ସମସ୍ତେ । ଏହି ଖେଳଠୁ କେହି ଦୂରେଇ ନାହାନ୍ତି । ୱାର୍ଡଲେକୁ ଲୋକପ୍ରିୟ କରାଉଥିବା ପ୍ରସଙ୍ଗ ହେଉଛି ଆପଣଙ୍କୁ କୌଣସି ଆପ ଡାଉନଲୋଡ କରିବାକୁ ପଡୁନାହିଁ । କେବଳ ଏକ ଲିଙ୍କରେ କ୍ଲିକ କରିବାକୁ ପଡିବ । ଏହି ଖେଳ ଦିନକୁ ଥରେ ଖେଳାଯାଇପାରିବ ।

କହିରଖୁଛୁ ରାତି ୧୨ଟା ପରେ ଏକ ନୂଆ ଦିନ ଆରମ୍ଭ ହେବା ମାତ୍ରେ ୱାର୍ଡଲେର ଏକ ନୂଆ ଶବ୍ଦ ଅପଲୋଡ ହୁଏ । ଏହା ପରବର୍ତ୍ତୀ ୨୪ଘଣ୍ଟା ଯାଏଁ ଚାଲିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.