ଏମାନଙ୍କୁ ତ ବୀର କୁହାଯିବ, ରୁଷିଆ ମିଶାଇଲକୁ ନଡରି କିଭ୍ରେ ରହିବାକୁ ଜିଦ୍ ଧରିଛନ୍ତି

ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଅନେକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହା କଳ୍ପନା ବାହାରେ । ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ ରୁଷୀୟ ସୈନ୍ୟମାନେ ଘନ ଘନ ଆକ୍ରମଣ କରୁଛନ୍ତି । ସେଥିଲାଗି ସାଧାରଣ ନାଗରିକଙ୍କୁ ଜାଗା ଛାଡ଼ି ଚାଲିଯିବାକୁ କୁହାଯାଇଛି । ତେଣୁ ପିଲା ଠାରୁ ବୁଢ଼ା ଯାଏ ଯିଏ ଯେମିତି ପାରିଲା ନିଜ ବାସସ୍ଥାନ ଛାଡ଼ି ପଳାଇଗଲେ । ହେଲେ ମୃତ୍ୟୁର ତାଣ୍ଡବ ଚାଲିଥିବା ଅନେକ ସ୍ଥାନରୁ କିଛି ଲୋକ ହଲିବାକୁ ବି ମନା କରି ଦେଲେ ।
ଏମିତି କୋଟିଏ ଆମେରିକାର ଦମ୍ପତି ଶ୍ମଶାନରେ ପରିଣତ ହୋଇଥିବା କିଭ୍ ଛାଡ଼ି ଯାଉ ନାହାନ୍ତି । ସେମାନେ କହିଛନ୍ତି ଯେ ଆମ ଭାଗ୍ୟରେ ଯଦି ମୃତ୍ୟୁ ଥିବ ତ ଥାଉ ହେଲେ ଆମେ ଏ ଜାଗା ଛାଡ଼ି ଯିବୁ ନାହିଁ । ଏହି ଆମେରିକୀୟ ଦମ୍ପତି ହେଉଛନ୍ତି ଜନ୍ ଓ ନତାଶା । ସେମାନେ ନିଜ ପୋଷା କୁକୁରକୁ ଧରି ସେହି ଯୁଦ୍ଧ ପରସ୍ଥିତିରେ ବି ବାହାରକୁ ବୁଲିବାକୁ ଯାଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ସାରା ବିଶ୍ୱରୁ ସେମାନଙ୍କୁ ପ୍ରଶଂସାର ସୁଅ ଛୁଟିଛି ।
VIDEO: The centre of Kyiv is deserted, but John and Natasha — an American couple who refuse to leave Ukraine — go out quietly to walk their dogs, accepting that it may be their “destiny to die” rather than leave #Ukraine pic.twitter.com/WmXP3yRtZD
— AFP News Agency (@AFP) March 6, 2022
ସେହିପରି କିଭ୍ରେ ଏକ କ୍ୟାଟ୍ କାଫେ ରହିଛି । ଯେଉଁଠି ଗୋଟିଏ ଦମ୍ପତି ପ୍ରାୟ ୫୦୦ରୁ ଅଧିକ ବିଲେଇ ରଖିଛନ୍ତି । ସେମାନେ ମଧ୍ୟ ସେଠାରୁ ଯିବାକୁ ମନା କରି ଦେଇଛନ୍ତି । ଏମାନେ ହେଲେ ୟୁକ୍ରେନ୍ ବାସିନ୍ଦା ସେରିଲ ଓ ମାର୍ତ୍ତା । ସେରିଲ କହିଛନ୍ତି କି ଆମର ଦୋତାଲା ଘର ଅଛି । ତେଣୁ ଆମେ ବିଲେଇମାନଙ୍କୁ ନେଇ ତଳ ମହଲାରେ ରଖି ଦେଇଛୁ । ମିଶାଇଲ୍ ମାଡ଼ ହେଲେ ସେମାନଙ୍କର କିଛି ହେବନି । ଯେତେ ଯାହା ହୋଇଯାଉ ପଛେ ଆମେ କାଫେଟରିଆ ବନ୍ଦ କରିବୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏମାନଙ୍କର ଏକଥା ଶୁଣି ଲୋକେ ବାହାରେ ଖୁବ୍ ଚର୍ଚ୍ଚା କରୁଛନ୍ତି । ଏମିତିକି ସତରେ ସେରିଲ ଓ ମାର୍ତ୍ତା ଅଛନ୍ତି କି ନାହିଁ ଦେଖିବା ପାଇଁ କାଫେଟରିଆକୁ ଆସୁଥିବା ଦେଖଶ ଯାଇଛି ।
ଏମାନଙ୍କ ଭଳି ଅନେକ ୟୁକ୍ରେନ୍ ବାସିନ୍ଦା ନିଜ ଘର ଛାଡ଼ି ଯାଇ ନାହାନ୍ତି ।