ଆସିଲା ଆଇପିଏଲ ୨୦୨୨ ତାଲିକା, ୨୬ମାର୍ଚ୍ଚରେ ପ୍ରଥମ ମୁକାବିଲା

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ସିଜନ ପାଇଁ ତାଲିକା ପ୍ରକାଶ ପାଇଛି । ୨୬ମାର୍ଚ୍ଚକୁ ହେବାକୁ ଥିବା ଆପିଏଲର ଲଢେଇରେ ଚେନାଇ ସୁପରକିଙ୍ଗ୍ସ ଓ କୋଲକତା ନାଇଟ ରାଇଡର୍ସ ଭିତରେ ଏହି ବର୍ଷର ପ୍ରଥମ ମ୍ୟାଚ ଖେଳାଯିବ । ୨୯ମେରେ ଫାଇନାଲ ଖେଳାଯିବାର ସୂଚନା ରହିଛି ।
ସୂଚନା ଅନୁଯାୟୀ ୨୬ମାର୍ଚ୍ଚରେ ହେବାକୁ ଥିବା ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଯେଉଁଥିରେ ମୁହାଁ ମୁହିଁ ହେବେ ଚେନ୍ନାଇ ଓ କୋଲକତା ଟିମ । ଯାହାକି ସଂନ୍ଧ୍ୟା ୭.୩୦ରେ ଖେଳାଯିବ ।
ଆଇପିଏଲ ୨୦୨୨ଲିଗର ଶେଷ ମ୍ୟାଚ ୨୨ମେକୁ ୭.୩୦ରେ ଖେଳାଯିବ । ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବର ଟିମ ମଧ୍ୟରେ ହେବ ମ୍ୟାଚ । ଯାହା ଜମାପଡୁଛି ଚଳିତଥର କାରଣ ଗୋଟିଏ ଦିନରେ ହେବ ଦୁଇଟି ମ୍ୟାଚ ।
ଆଇପିଏଲେରେ ଅଧିକ ମ୍ୟାଚ ୭.୩୦ରେ ଖେଳାଯିବ । ଯେତେବେଳେ ଦୁଇଟି ମ୍ୟାଚ ହେବ ସେହିଦିନ ପ୍ରଥମ ମ୍ୟାଚ ଦ୍ୱିପହର ୩ଟା ୩୦ରେ ଏବଂ ଦ୍ୱିତୀୟ ମ୍ୟାଚ ୭.୩୦ରେ ହେବ ।