ଜାନୁଆରୀ ୨୯ ରୁ ଆରମ୍ଭ ହେବ ବଜେଟ୍‌ ଅଧିବେଶନ, ୧ ରେ ପୂର୍ଣ୍ଣାଙ୍ଗ ବଜେଟ୍‌

ନୂଆଦିଲ୍ଲୀ : ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇପାରେ ସଂସଦର ବଜେଟ୍‌ ଅଧିବେଶନ । ପ୍ରଥମ ଦଫାରେ ଏହା ଜାନୁଆରୀ ୨୯ ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୮ ତାରିଖ ଯାଏ ଚାଲିବ ବୋଲି ଜଣାପଡ଼ିଛି । ଅଧିବେସନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିବେ । ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ ।

fm sitaraman

ଦେଶରେ ମାନ୍ଦା ଆର୍ଥିକ ସ୍ଥିତି ଥିବାବେଳେ ବଜେଟରେ ସାଧାରଣ ଲୋକଙ୍କ ପାଇଁ କ’ଣ ରହିବ ତାକୁ ଜାଣିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ସମସ୍ତଙ୍କର ନଜର ରହିଛି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ ଉପରେ ।

୨୦୨୦ରେ କରୋନା କାରଣରୁ ମୈାସୁମୀ ଅଧିବେଶନକୁ ଅଧାରୁ ବନ୍ଦ କରିଦିଆଯାଇଥିଲା । ସେହିପରି ଶୀତ ଅଧିବେସନ ମଧ୍ୟ ହୋଇ ପାରି ନଥିଲା । ଏବେ ଜାନୁଆରୀ ୨୯ରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ସଜବାଜ ହେଉଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.