Below header

ପଞ୍ଜାବ: ଭାରସାମ୍ୟ ହରାଇ କେନାଲ୍‌କୁ ଖସିଲା ବସ୍‌, ୮ ଯାତ୍ରୀ ମୃତ, ୪୦ ଜଣଙ୍କୁ କରାଗଲା ଉଦ୍ଧାର

ପଞ୍ଜାବରେ ଏକ ଦୁଃଖଦ ବସ୍‌ ଦୁର୍ଘଟଣା ଘଟିଛି। ମଙ୍ଗଳବାର ଅପରାହ୍ନରେ ମୁକ୍ତସରରେ ଏକ ବସ୍‌ ଏଠାରେ ସରହିନ୍ଦ କେନାଲକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି।

ପଞ୍ଜାବରେ ଏକ ଦୁଃଖଦ ବସ୍‌ ଦୁର୍ଘଟଣା ଘଟିଛି। ମଙ୍ଗଳବାର ଅପରାହ୍ନରେ ମୁକ୍ତସରରେ ଏକ ବସ୍‌ ଏଠାରେ ସରହିନ୍ଦ କେନାଲକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ପୋଲିସ ଏବଂ ପ୍ରଶାସନିକ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ଟ୍ଵିଟ୍‌ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ ବସ୍‌ ମୁକ୍ତସରର କୋଟକପୁରା ରୋଡସ୍ଥିତ ଝବେଲୱାଲୀ ଗାଁ ନିକଟ ସରହିନ୍ଦ ଫିଡର କେନାଲକୁ ଖସିପଡିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ବସ୍‌ ମୁକ୍ତସରରୁ କୋଟକପୁରା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଯେଉଁ ସମୟରେ ଦୁର୍ଘଟଣା ଘଟିଥିଲା, ସେହି ସମୟରେ ବସ୍‌ ଦ୍ରୁତ ଗତିରେ ଥିଲା। ରିପୋର୍ଟ ମୁତାବକ, ଦୁର୍ଘଟଣା ବେଳେ ବସ୍‌ରେ ପ୍ରାୟ ୬୫ ଜଣ ଯାତ୍ରୀ ଥିଲେ। ଅପରାହ୍ନ ପ୍ରାୟ ୧ଟାରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସର କହିବାନୁସାରେ, କେନାଲରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ତେବେ ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ବସ୍ ମାଲିକ କହିଛନ୍ତି ଯେ ବସ୍‌ ଆଗରେ ଏକ କାର୍‌ ଯାଉଥିଲା। କାର୍‌କୁ ଧକ୍କା ନ ଦେବା ପାଇଁ ବସ୍‌ ଡ୍ରାଇଭର ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ, ଫଳରେ ବସ୍‌ଟି ଭାରସାମ୍ୟ ହରାଇ କେନାଲରେ ପଡ଼ିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.