ଗଞ୍ଜାମରେ ପୃଥକ ସ୍ଥାନରେ ବଜ୍ରପାତ: ଚାଲିଗଲା ୨ ଜଣଙ୍କ ଜୀବନ

ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ଓ ଦିଗପହଣ୍ଡି ବ୍ଲକରେ ଅପରାହ୍ନରେ ବଜ୍ରପାତ ଘଟି ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । ସେହିପରି ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଂଚାୟତର ନରସିଂହପୁରରେ ବଜ୍ରପାତ ଘଟି ଭାଲୁ ମହାଙ୍କୁଡଙ୍କ ମୃତ୍ୟୁ ଘଟିଛି । ଜମିକୁ ଯାଇଥିବା ବେଳେ  ବଜ୍ରପାତ ଘଟିଥିଲା ତାଙ୍କୁ ଦିଗପହଣ୍ଡି ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ଓ ଦିଗପହଣ୍ଡି ବ୍ଲକରେ ଅପରାହ୍ନରେ ବଜ୍ରପାତ ଘଟି ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । ସାନ ଖେମୁଣ୍ଡି ବ୍ଲକର ବରମୁଣ୍ଡଳୀ ଗାଁର ବିଷ୍ଣୁ ପ୍ରିୟା ପଣ୍ଡା ଜମିକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ସେହିପରି ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଂଚାୟତର ନରସିଂହପୁରରେ ବଜ୍ରପାତ ଘଟି ଭାଲୁ ମହାଙ୍କୁଡଙ୍କ ମୃତ୍ୟୁ ଘଟିଛି। ଜମିକୁ ଯାଇଥିବା ବେଳେ  ବଜ୍ରପାତ ଘଟିଥିଲା ତାଙ୍କୁ ଦିଗପହଣ୍ଡି ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦିଗପହଣ୍ଡି ବ୍ଲକର ଗଡ଼ ଗୋବିନ୍ଦ ପୁରର ଚାରି ଜଣ ମହିଳା ଧାନ ରୋଇବାକୁ ଜମିକୁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲା, ଚାରି ଜଣ ମହିଳା ଆହତ ହୋଇଥିଲେ, ଆହତଙ୍କୁ ଚିକିଟି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ଚିକିଟି ବ୍ଲକ ନୂଆପଡା ରେ ବଜ୍ରପାତ ରେ ଦଶ ଗୋଟି ଛେଳି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଜଣେ ଚାଷୀ ଛେଳି ଚରାଇବାକୁ ନେଇଥିବା ବେଳେ ଏହି ଅଘଟଣ ଘଟିଛି ।

 

 

You might also like