ଥାନା ପରିସୀମା ନେଇ ବିବାଦ ଯୋଗୁଁ ଶବ ପଡ଼ି ରହିଲା ଦୁଇ ଦିନ

ସୀମା ବିବାଦ ଯୋଗୁ ବସନ୍ତପୁର ନିକଟସ୍ଥ ନୋଟାଡ଼ୁବା ଗଣ୍ଡରେ ଜଣେ ମହିଳାଙ୍କ ମୃତଦେହ ପଡି ରହିଥିଲା

ବାଂଶପାଳ (କେନ୍ୟୁଜ୍‌) : ସରକାର ପ୍ରତ୍ୟେକ ଥାନା ପାଇଁ ସୀମା ନିର୍ଦ୍ଧାରଣ କରିଛନ୍ତି । କିନ୍ତୁ କିଛି ଅଞ୍ଚଳରେ ଥାନାର ସୀମାକୁ ନେଇ ବିବାଦ ରହିଥାଏ । ଯେମିତି କେନ୍ଦୁଝର ଜିଲ୍ଲା ଏଇ ବାମେବାରୀ ଓ ନୟାକୋଟ ଥାନା ମଧ୍ୟରେ ସୀମା ବିବାଦ ଯୋଗୁ ବସନ୍ତପୁର ନିକଟସ୍ଥ ନୋଟାଡ଼ୁବା ଗଣ୍ଡରେ ଜଣେ ମହିଳାଙ୍କ ମୃତଦେହ ପଡି ରହିଥିଲା । ତା ପରେ ଆରମ୍ଭ ହେଲା ଟଣାଓଟରା ।

ସୂଚନା ଅନୁସାରେ କେନ୍ଦୁଘାଟି ନିକଟ ମଲଦା ନଦୀର ନୋଟାଡ଼ୁବା ଗଣ୍ଡର ବସନ୍ତପୁର ପାର୍ଶ୍ଵ ନଦୀ କୂଳରେ ଅଜଣା ମହିଳାଙ୍କ ମୃତଦେହ ଲାଗିଥିଲା । ଏକ ଗଛ ରେ ଦୁଇ ଦିନ ଧରି ଶବଟି ଲାଖି ରହିଥିବା ବେଳେ ବାମେବାରୀ ପୋଲିସ ଜଙ୍ଗଲ ଏବଂ ନଈ ବଢ଼ି ଯୋଗୁ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା । ପରେ ନୟାକୋଟ ଓ ବାମେବାରୀ ମଧ୍ୟରେ ମହିଳାଙ୍କ ମୃତଦେହ ଥିବା ସ୍ଥାନର ସୀମାକୁ ନେଇ ବିବାଦ ଦେଖା ଦେଇଥିଲା । ବିବାଦ ଯୋଗୁ ଶବ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ପଡି ରହିଥିଲା ।

ପରେ ଉଭୟ ଅଞ୍ଚଳର ରାଜସ୍ଵ ନିରୀକ୍ଷକ ଓ ଉଭୟ ଥାନାର ଅଧିକାରୀ କ୍ଷେତ୍ର ନିରୂପଣ କରିବା ପରେ ନୟାକୋଟ ଥାନା ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ବାମେବାରୀ ପୋଲିସ୍ ମୃତକଙ୍କ ବିଷୟରେ ସବୁଜାଣି ମଧ୍ୟ କୌଣସି ପଦକ୍ଷେପ ନନେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.