ଅସ୍ତରଙ୍ଗରେ ଅଛି ପାତାଳଫୁଟା ଗଣେଶ ମନ୍ଦିର, ଏଠାରେ ବର୍ଷକୁ ଗୋଟିଏ ଦିନ ଭୋଗହୁଏ ଅମୃତଲଡୁ

ପାତାଳଫୁଟା ଶିବଲିଙ୍ଗ ଅନେକ ସ୍ଥନରେ ଦେଖିବାକୁ ମିଳିଥାଏ ,କିନ୍ତୁ ପାତାଳଫୁଟା ଗଣେଶ ପ୍ରତିମା କେବଳ ଏହି ନଇଗୁଆଁ ଗ୍ରାମରେ ହିଁ କେବଳ ଦେଖିବାକୁ ମିଳିଥାଏ | ଏହି ଗଣେଶ ଙ୍କୁ ସ୍ଥାନୀୟ ଲୋକମାନେ ବୁଢା ଗଣେଶ ଆଉ କେହି କେହି ହାତିଶୁଣ୍ଢ ଗଣେଶ ବୋଲି ମଧ୍ୟ କହିଥାନ୍ତି |

ଗଜାନନ ,ଲମ୍ବୋଦର ,କୂର୍ମ ଦେବ ,ଗଜବଦନ ସେ ଗଣପତି ଆଉ ଏକଦନ୍ତ ,ଏହିଭଳି ଅନେକ ନାମରେ ପୂଜା ପାଆନ୍ତି ଅଗ୍ରପୂଜ୍ୟ ଶ୍ରୀ ଗଣେଶ | ହିନ୍ଦୁ ପରମ୍ପରା ରେ ଅନେକ ଦେବାଦେବୀ ଙ୍କୁ ପୂଜା କରାଯାଇଥାଏ ,କିନ୍ତୁ ସମସ୍ତ ପୂଜା କର୍ମରେ ଗଣେଶ ଙ୍କୁ ପୂଜା କରାଯାଏ | ଶାସ୍ତ୍ରୀୟ ମତରେ ଗଣେଶ ଏଭଳି ଜଣେ ଦେବତା ତାଙ୍କୁ ଆରାଧନା କଲେ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ବୋଲି ହିନ୍ଦୁ ଧର୍ମର ଅନେକ ପୋଥି ପୁରାଣ ରେ ଉଲେଖ୍ୟ ରହିଛି | ଭାରତ ବର୍ଷ ରେ ଏବଂ ଓଡ଼ିଶାରେ ଅନେକ ଗଣେଶ ମନ୍ଦିର ରହିଛି କିନ୍ତୁ ପାତାଳଫୁଟା ଗଣେଶଙ୍କୁ ଆପଣ କେବେ ଦର୍ଶନ କରିଛନ୍ତି କି ? ମନ୍ଦିର କଥା କହିଲେ ଅସ୍ତରଙ୍ଗ ନିକଟ ନଇଗୁଆଁ ଗ୍ରାମରେ ଆପଣ ଏହି ମନ୍ଦିର କୁ ଦେଖିବାକୁ ପାଇବେ |

ପାତାଳଫୁଟା ଶିବଲିଙ୍ଗ ଅନେକ ସ୍ଥନରେ ଦେଖିବାକୁ ମିଳିଥାଏ ,କିନ୍ତୁ ପାତାଳଫୁଟା ଗଣେଶ ପ୍ରତିମା କେବଳ ଏହି ନଇଗୁଆଁ ଗ୍ରାମରେ ହିଁ କେବଳ ଦେଖିବାକୁ ମିଳିଥାଏ | ଏହି ଗଣେଶ ଙ୍କୁ ସ୍ଥାନୀୟ ଲୋକମାନେ ବୁଢା ଗଣେଶ ଆଉ କେହି କେହି ହାତିଶୁଣ୍ଢ ଗଣେଶ ବୋଲି ମଧ୍ୟ କହିଥାନ୍ତି | ଏହି ଗଣେଶ ଙ୍କ ଆବିର୍ଭାବ କୁ ନେଇ ଏକ ପୁରୁଣା କିମ୍ବଦନ୍ତୀ ରହିଛି | ନଇଗୁଆଁ ଗ୍ରାମ ଟି ସେତେବେଳେ ଘୋର ଜଙ୍ଗଲ ରେ ପରିବେଷ୍ଟତ ଥିଲା | ଏହି ଜଙ୍ଗଲ ରୁ ଅନେକ ଲୋକମାନେ କାଠ ସଂଗ୍ରହ କରି ସେମାନଙ୍କ ଜୀବିକା ନିର୍ବାହ କରୁଥିଲେ | ଦିନେ ଜଣେ ଧୋବୀକ କାଠ ସଂଗ୍ରହ କରିବାକୁ ଯାଇଥିଲା ,ଜଙ୍ଗଲ ମଧ୍ୟରେ ଏକ ଗଛ କୁ ବାଛି ତାହାକୁ କୁରାଢି ଦ୍ବାରା କାଟିବା ସମୟରେ କୁରାଢି ର ଚୋଟ ହଠାତ ଗଛ ଠାରୁ ଖସିଯାଇ ଭୂମିରେ ଲାଗିଗଲା ଏବଂ ସେହି କୁରାଢି ଚୋଟ ଲାଗିଥିବା ସ୍ଥାନରୁ ହଠାତ ଧାର ଧାର ହୋଇ ରକ୍ତ ବୋହିବା ଆରମ୍ଭ ହେଲା |

ଏ ଦୃଶ୍ୟ ଦେଖି ଧୋବୀକ ଜଣକ ଭୟପାଇ ସେଠାରୁ ଦୌଡି ଆସି ଗ୍ରାମରେ ଲୋକମାନଙ୍କୁ ସବୁ କଥା କହିଲା ଏବମ ଲୋକମାନଙ୍କୁ ନେଇ ସେହି ରକ୍ତସ୍ରାବ ହେଉଥିବା ସ୍ଥାନ କୁ ଗଲା | ଲୋକମାନେ ଏ ଦୃଶ୍ୟ ଦେଖି ଆଚମ୍ବିତ ହେଲେ ଏବମ ସେଠାରେ କଣ ରହିଛି ଜାଣିବା ପାଇଁ ଗଛ ର ମୂଳକୁ କାଟି ସେହି ସ୍ଥାନର ଭୂମିକୁ ଖୋଳିବାକୁ ଲାଗିଲେ | ସେହି ସ୍ଥାନକୁ ଖୋଲାଯିବା ପରେ ସେଠାରେ ଏକ ଗଣେଶ ବିଗ୍ରହ ରହିଥିବା ଦେଖିବାକୁ ପାଇଥିଲେ | ଏବଂ ସେହି ବିଗ୍ରହ କୁ ଆଣିବା ପାଇଁ ସେହି ସ୍ଥାନକୁ ଖୋଳିବାକୁ ଲାଗିଲେ | କିନ୍ତୁ ଯେତେ ଖୋଳାହେଲା ସେଠାରୁ ପାଣି ବାହାରିବା ସହିତ ସେ ଗଣେଶ ଙ୍କ ଅନ୍ତ କେଉଁଠୁ ମିଳିଲା ନାହିଁ ,ଶେଷକୁ ଏହି ଗଣେଶ ଙ୍କୁ ସେହିଠାରେ ରଖାଯାଇ ପୂଜାର୍ଚନା କରାଗଲା ,ଏବଂ ପରେ ପରେ ସେହିଠାରେ ଏକ ମନ୍ଦିର ନିର୍ମାଣ କରାଯାଇ ଆଜି ପର୍ଜୟନ୍ତ ବୁଢା ଗଣେଶ ନାମରେ ପୂଜାର୍ଚନା କରାଯାଇ ଆସୁଛି |

ବୁଢାଗଣେଶ ଙ୍କ ରହିଛି ଅନେକ ମହିମା ,ଏଠାରେ ବିଶ୍ଵାସ ରହିଛି ଯେଉଁ ଶିଶୁ ଗଣେଶ ପୂଜା ଦିନ ଏଠାକୁ ଆସି ଗଣେଶ ଙ୍କୁ ପୂଜାର୍ଚନା କରି ଏହି ପୀଠରେ ବିଦ୍ୟା ଆରମ୍ଭ କରିଥାଏ ସେହି ଶିଶୁ ର ଭବିଷ୍ୟତ ଶିକ୍ଷାକ୍ଷେତ୍ରରେ ଅନେକ କୃତିତ୍ଵ ଲାଭ କରିଥାଏ | ଗଣେଶ ପୂଜା ଦିନ ଏହି ପୀଠକୁ ଆଖ ପାଖ ଅଞ୍ଚଳ ଏବଂ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି , ଅନେକ ପିତା ମାତା ସେମାନଙ୍କ ଶିଶୁର ବିଦ୍ୟା ଆରମ୍ଭ ଆଜିର ଦିନରେ କରିଥାନ୍ତି | ନିଷ୍ଠା ଓ ଭକ୍ତି ର ସହକାରେ ଏହି ବୁଢାଗଣେଶ ଙ୍କୁ ଆରାଧନା କଲେ ଜଣେ ଅନେକ ଜ୍ଞାନର ଅଧିକାରୀ ହେବାସହ ବିଦ୍ବାନ ବ୍ୟକ୍ତି ଭାବରେ ପ୍ରସିଦ୍ଧି ଲାଭ ହୋଇଥାଏ ବୋଲି ଏଠାରେ ବିଶ୍ବାସ ରହିଛି |

ସେହିପରି ବର୍ଷକୁ ଗୋଟିଏଦିନ ଗଣେଶ ଚତୁର୍ଥି ବା ଗଣେଶ ପୂଜା ଦିନ ଏହି ବୁଢାଗଣେଶ ଙ୍କ ନିକଟରେ ଏକ ସ୍ବତନ୍ତ୍ର ଲଡୁ ପ୍ରସ୍ତୁତ ହୋଇ ଗଣେଶ ଙ୍କ ନିକଟରେ ଭୋଗ ଲାଗିଥାଏ | ଏହି ସ୍ବତନ୍ତ୍ର ଲଡୁ କୁ ଅମୃତଲଡୁ ବୋଲି କୁହାଯାଇଥାଏ | ଏହି ଲଡୁ ର ପ୍ରସ୍ତୁତି ପ୍ରଣାଳୀ ସ୍ବତନ୍ତ୍ର ,ପ୍ରଥମେ ଅରୁଆ ଚାଉଳ କୁ ଗୁଣ୍ଡ କରାଯାଇ ସେହି ଗୁଣ୍ଡକୁ ଦେଶୀ ଘିଅ ସହିତ ଏକ ସ୍ବତନ୍ତ୍ର ପାଗ କରାଯାଇ ରନ୍ଧା ଯାଇଥାଏ ,ଏବଂ ପରେ ସେହି ଚାଉଳ ପାଗ କୁ ଛୋଟ ଛୋଟ ଲଡୁ ଆକାର ରେ କରାଯାଇ ଚିନି କିମ୍ବା ଗୁଡ ର ଏବ ଶିରା ପ୍ରସ୍ତୁତ କରାଯାଇଥାଏ ,ଶିରା ବା ରଷ ପ୍ରସ୍ତୁତ ହୋଇ ସାରିବା ପରେ ଲଡୁ ଗୁଡିକୁ ଏକ କଡ଼ାଇ ରେ ସେହି ଶିରା ବା ରସ ସହିତ ଗୋଳାଇ ଗଡାଇ ଦିଆଯାଇଥାଏ |

ଏହାପରେ ପ୍ରସ୍ତୁତ ହୋଇଥାଏ ଅମୃତଲଡୁ ,ଲଡୁ ପ୍ରସ୍ତୁତ ହୋଇ ସାରିବା ପରେ ବୁଢାଗଣେଶ ଙ୍କ ନିକଟ ରେ ଭୋଗ ଲାଗିଥାଏ | ବର୍ଷ କୁ ଗୋଟିଏ ଦିନ ଏହି ଅମୃତଲଡୁ ପ୍ରସ୍ତୁତ ହେଉଥିବାରୁ ଏହି ଲଡୁ ପାଇବାପାଇଁ ଅନେକ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥାଏ | ଗଣେଶ ପୂଜା ଦିନ ଏହିପୀଠକୁ ଶତାଧିକ ଶିକ୍ଷାର୍ଥୀ ମାନେ ଆସି ପୂଜା କରି ଗଣେଶ ଙ୍କ ଆଶିଷ ଲାଭ କରିଥାନ୍ତି | ଏ ଭଳି ଏକ ପ୍ରାଚୀନ ଏବଂ ସ୍ଵୟମ୍ଭୂ ଗଣେଶ ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ | ଏ ଭଳି ଏକ ପ୍ରାଚୀନ କୀର୍ତିରାଜି ବହନ କରୁଥିବା ଗଣେଶ ପୀଠ ଟି ରାଜ୍ୟ ସରକାର ଙ୍କ ଦୃଷ୍ଟି ଆଢୁଆଳ ରେ ରହିଯାଇଥିବା ସହ ଏହି ପୀଠର କୌଣସି ଉନ୍ନତି ହୋଇପାରି ନାହିଁ | ରାଜ୍ୟ ସରକାର ଙ୍କର ପର୍ଯଟନ ବିଭାଗ ଏହି ପୀଠ ଉପରେ ନଜର ପକାଇ ଏହାର ପ୍ରଚାର ପ୍ରସାର ଏବମ ଭିତି ଭୂମିର ବିକାଶ କରିପାରିଲେ ଅନେକ ପର୍ଯଟକ ଏବମ ଶ୍ରଦ୍ଧାଳୁ ଏଠାକୁ ଆସି ବୁଢାଗଣେଶ ଙ୍କ କୃପାଲାଭ ପାଇପାରିବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.