ଘସିପୁରାରେ ଗାଡ଼ି, କେନ୍ଦୁଝରରେ କଟିଲା ଚାଲାଣ; ନୟାନ୍ତ ହେଲେଣି ଗାଡି ମାଲିକ

ଆନନ୍ଦପୁର ଉପଖଣ୍ଡ ଘସିପୁରା ଗାଁର ଜଣେ ବାଇକ୍ ଚାଳକ ବିନା ଦୋଷରେ ଚାଲାଣ କଟିବାକୁ କେନ୍ଦ୍ରକରି ନୟାନ୍ତ ହେଉଛନ୍ତି। ବାଇକ୍ ଘରେ ଥିବା ସମୟରେ ଚାଲାଣ କିଭଳି କଟିଲା ତାକୁ ନେଇ ଆଶ୍ଚର୍ଯ୍ୟ ହେବାସହ କେହି କେନ୍ଦୁଝର ଠାରେ ତାଙ୍କ ବାଇକ୍ ନମ୍ବର ବ୍ୟବହାର କରି ଅନ୍ଯଏକ ବାଇକ୍ ଚଳାଉଥିବା ସନ୍ଦେହ ।

ଆନନ୍ଦପୁର (କେନ୍ୟୁଜ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଗାଁର ଜଣେ ବାଇକ୍ ଚାଳକ ବିନା ଦୋଷରେ ଚାଲାଣ କଟିବାକୁ କେନ୍ଦ୍ରକରି ନୟାନ୍ତ ହେଉଛନ୍ତି। ରଞ୍ଜନ କୁମାର ସାହୁ ନାମକ ଏହି ବ୍ଯକ୍ତିଙ୍କ ବାଇକ୍ ଚଳିତମାସ ୮ତାରିଖରେ ଘରେ ଥିବା ସମୟରେ ହଠାତ୍ ପରିବହନ ବିଭାଗରୁ ହଜାରେ ଟଙ୍କାର ଚାଲାଣ କଟିଥିବା ମୋବାଲ୍ ମେସେଜ୍ ଯୋଗେ ସୂଚନା ଆସିଥିଲା। ମୋଟର ଯାନ ଆଇନ୍ ଧାରା ୧୭୪(ସି ) ରେ ଦୁଇ ରୁ ଅଧିକ ବ୍ଯକ୍ତି ବାଇକ୍ ରେ ବସି ଯାତ୍ରା କରୁଥିବା ଅଭିଯୋଗ ରେ ଏହି ଚାଲାଣ କଟିଥିବା ସୂଚନା ରହିଥିଲା। ଏଥିସହ ନିୟମ ଉଲ୍ଲଘଂନ କରୁଥିବା ସମୟର ସିସିଟିଭି ଫଟୋ ମଧ୍ଯ ଚାଲାଣରେ ରହିଥିଲା।

ବାଇକ୍ ଘରେ ଥିବା ସମୟରେ ଚାଲାଣ କିଭଳି କଟିଲା ତାକୁ ନେଇ ଆଶ୍ଚର୍ଯ୍ୟ ହେବାସହ କେହି କେନ୍ଦୁଝର ଠାରେ ତାଙ୍କ ବାଇକ୍ ନମ୍ବର ବ୍ୟବହାର କରି ଅନ୍ଯଏକ ବାଇକ୍ ଚଳାଉଥିବା ସଂନ୍ଦେହ କରି ଘଟଣା ସମ୍ପର୍କରେ ଘଷିପୁରା ଥାନା ରେ ଲିଖିତ ଅଭିଯୋଗ କରିଥିଲ ରଞ୍ଜନ ହେଲେ ଏପର୍ଯ୍ୟନ୍ତ ଭୁଲ୍ ଚାଲାଣ ର କୌଣସି ସମାଧାନ ହେବା ତ ଦୂରର କଥା ଓଲଟା ତାଙ୍କୁ ଅଜଥାରେ ନୟାନ୍ତ ହେବାକୁ ପଡୁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.