ବିନା ପ୍ରମାଣରେ କୌଣସି ମହିଳା ତାଙ୍କ ପତିକୁ ମଦୁଆ ଓ ଚରିତ୍ରହୀନ ବୋଲି ଦର୍ଶାଇବା ନିଷ୍ଠୁରତା : ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିନା ପ୍ରମାଣରେ କୌଣସି ମହିଳା ତାଙ୍କ ପତିକୁ ମଦୁଆ ଓ ଚରିତ୍ରହୀନ ବୋଲି ଦର୍ଶାଇବା ନିଷ୍ଠୁରତା ବୋଲି ହାଇକୋର୍ଟ କହିଛନ୍ତି | ଆଜି ଏକ ପୁନେ ଦମ୍ପତିଙ୍କ ବିବାହ ବିଛେଦ ମାମଲା ରେ ପୁନେ ଫ୍ୟାମିଲି କୋର୍ଟଙ୍କ ରାୟକୁ କାୟମ ରଖି ଏହି ରାୟ ଦେଇଛନ୍ତି | ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯଦି କୌସିଣ ମହିଳା ବିନା ପ୍ରମାଣରେ ନିଜ ସ୍ୱାମୀଙ୍କୁ ମଦ୍ୟପ ଏବଂ ଚରିତ୍ରହୀନ ବୋଲି ଦର୍ଶାନ୍ତି ତେବେ ଏହାକୁ ନିଷ୍ଠୁରତା ବୋଲି କୁହାଯିବ |

ଜଷ୍ଟିସ୍ ନିତିନ ଜାମଦାର ଏବଂ ଶର୍ମିଲା ଦେଶମୁଖଙ୍କ ଖଣ୍ଡପୀଠ ୫୦ ବର୍ଷୀୟ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ତାଙ୍କ ପିଟିସନରେ ମହିଳା ପୁଣେରେ ଥିବା ପରିବାର କୋର୍ଟର ଆଦେଶକୁ ଖାରଜ କରିବାକୁ କହିଥିଲେ। ନଭେମ୍ବର ୨୦୦୫ରେ ଫ୍ୟାମିଲି କୋର୍ଟ ଏହି ରାୟକୁ ଚାଲେଞ୍ଜ କରି ମହିଳା ହାଇକୋର୍ଟକୁ ଯାଇଥିଲେ |

ମହିଳା ଜଣକ ଜଣେ ସେନା ଅଧିକାରୀଙ୍କୁ ବିବାହ କରିଥିଲେ। ହାଇକୋର୍ଟରେ ଏହି ମାମଲା ପହଞ୍ଚିଥିଲା ବେଳକୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ମହିଳା ଜଣକ ଦାବି କରିଥିଲେ ଯେ ତାଙ୍କ ସ୍ୱାମୀ ଜଣେ ମଦ୍ୟପ ଏବଂ ଚରିତ୍ରହୀନ, ଯେଉଁଥିପାଇଁ ତାଙ୍କୁ ବୈବାହିକ ଜୀବନର ମୋୖଳିକ ଅଧିକାର ମଧ୍ୟ ମିଳିନଥିଲା। ଏହାକୁ ନେଇ ଖଣ୍ଡପୀଠ କହିଛନ୍ତି ଯେ ମହିଳା ଜଣକ କୌଣସି ପ୍ରମାଣ ବିନା ତାଙ୍କ ସ୍ୱାମୀଙ୍କ ଚରିତ୍ର ସଂହାର କରିବାକୁ ଚେଷ୍ଟା କରିଛନ୍ତି ଏବଂ ସମାଜରେ ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛନ୍ତି |

ସେ ଜଣେ ସେନା କର୍ମଚାରୀ ଥିବାରୁ ସମାଜରେ ତାଙ୍କର ସ୍ୱତନ୍ତ୍ର ସମ୍ମାନ ରହିଛି | ତେଣୁ ବିନା ପ୍ରମାଣ ଆଧାରରେ ସେ ତାଙ୍କୁ ମଦ୍ୟପ ଓ ଚରିତ୍ରହୀନ ବୋଲି ଦର୍ଶାଇ ପାରିବେ ନାହିଁ | ତେଣୁ ଏହି ମାମଲା ମହିଳାଙ୍କ ନିଷ୍ଠୁରତାକୁ ଦର୍ଶାଉଛି | କୋର୍ଟ କହିଛନ୍ତି ଯେ ମହିଳା ତାଙ୍କ ଅଭିଯୋଗକୁ ପ୍ରମାଣ କରିବା ପାଇଁ କୌଣସି ପ୍ରମାଣ ଦେଇନାହାଁନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.