Below header

ଜଳୁଛି କାନାଡ଼ା, ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ କରାଯାଉଛି ଉଦ୍ଧାର

ଜଳୁଛି କାନାଡ଼ା। ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର କରାଯାଉଛି। ନିଆଁ ଏତେ ଦ୍ରୁତ ଗତିରେ ମାଡ଼ୁଛି ଯେ, ଏହା ନିୟନ୍ତ୍ରଣ ବାହାରକୁ ଯାଉଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି। କାନାଡାରେ ବର୍ତ୍ତମାନ ୪୧୬ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ୨୦୩ଟି ସ୍ଥାନରେ ନିଆଁ ଅଣାୟତ ରହିଛି।

ତେବେ ବର୍ତ୍ତମାନର ଜଙ୍ଗଲ ନିଆଁ ବିଜୁଳି ଓ ଘଡ଼ଘଡ଼ି ପାଇଁ ଲାଗିଥିବା ଜଣାପଡ଼ିଛି। ବର୍ଷ ଆରମ୍ଭରୁ ୧୭ହଜାର ୮୦୦ ବର୍ଗ ମାଇଲ କାନାଡ଼ାରେ ଜଳି ସାରିଛି। ଯାହାକି ଜଳବାୟୁ ଉପରେ ଏକ ବଡ଼ ପ୍ରଭାବ ପକାଇଛି। ଆଉ ବର୍ତ୍ତମାନ ଲାଗିଥିବା ନିଆଁ କାରଣରୁ ଲୋକମାନଙ୍କ ସହିତ ଜଙ୍ଗଲୀ ପଶୁ ପକ୍ଷୀଙ୍କ ଜୀବନ ବି ବିପଦରେ ପଡ଼ିଛି।

ପ୍ରଶାସନ ପକ୍ଷରୁ ନିଆଁ ଲିଭାଇବାକୁ ସବୁ ପ୍ରକାର ଚେଷ୍ଟା କରାଯାଉଥିବା ବେଳେ ଅନେକ ସ୍ଥାନରେ ନିଆଁ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ପରିବେଶବିତ ମାନେ ବି ଚିନ୍ତା ପ୍ରକଟ କରିଛନ୍ତି। ତେବେ ପ୍ରତିବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ତଥା ବିଜୁଳି ଘଡ଼ଘଡ଼ି ପାଇଁ ବିଶ୍ୱରେ ୮୫% ଜଙ୍ଗଲ ଜଳୁଥିବା ରିପୋର୍ଟରୁ ଜଣାପଡ଼ିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.