ରୁଷ ବିରୋଧରେ କାଉଣ୍ଟର ଆଟାକ୍‌, ଆକାଶରୁ ଖସୁଛି ମିସାଇଲ୍‌

ରୁଷ ବିରୋଧରେ କାଉଣ୍ଟର ଆଟାକ୍‌ । ଜବାବୀ ହମ୍‌ଲା ଆରମ୍ଭ କରିଛି ୟୁକ୍ରେନ । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି, ରୁଷ୍‌ ବିରୋଧରେ ବହୁ ପ୍ରତିକ୍ଷୀତ ଜବାବୀ ହମଲା ଆରମ୍ଭ ହୋଇଛି । ତେବେ ଏହି ପ୍ରତିଆକ୍ରମଣ କେଉଁ ସ୍ତରରେ ଓ କିଭଳି ସ୍ଥିତିରେ ଚାଲିଛି ବିସ୍ତତ ଭାବରେ କହି ହେବନି ବୋଲି କହିଛନ୍ତି ଜେଲେନସ୍କି ।

ସେହିପରି କେବେଠାରୁ ଆରମ୍ଭ ହୋଇଛି କାଉଣ୍ଟର ଆଟାକ୍‌ ସୂଚନା ଦେଇନାହାନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି । ଏବେ ପୂର୍ବ ୟୁକ୍ରେନରେ ବାଖମୁତ ଓ ଦକ୍ଷିଣରେ ଜାପୋରଝିଆରେ ଆଡ଼କୁ ବଢୁଛନ୍ତି ୟୁକ୍ରେନ ସୈନ୍ୟ । ରୁଷର ଠିକଣା ଉପରେ ଦୂରଗାମୀ ଆକ୍ରମଣ କରୁଛି ଜେଲେନସ୍କି ବାହିନୀ ।

ଗୋଟିଏ ପଟେ ୟୁକ୍ରେନ୍‌ ଆଗକୁ ବଢୁଥିବା ଦାବି କରୁଛି । ଅନ୍ୟପଟେ ୟୁକ୍ରେନର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ହମଲା ଜାରି ରଖିଛି ରୁଷ୍‌ । ୟୁକ୍ରେନରେ ବର୍ଷୁଛି ଗୁଳିଗୋଳା । ଆକାଶରୁ ଖସୁଛି ମିସାଇଲ୍‌ । ତୁହାକୁ ତୁହା ଗୁଳି ଫୁଟୁଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.