ଆଜିର ରାଶିଫଳ: ବଡ଼ମାନଙ୍କଠାରୁ ପ୍ରେରଣା ମିଳିବ, ଆପଣଙ୍କ ବ୍ୟବହାର ସମସ୍ତଙ୍କୁ ଖୁସି କରିବ

ଆଜି ଆପଣଙ୍କୁ ବଡ଼ମାନଙ୍କଠାରୁ ପ୍ରେରଣା ମିଳିବ। ଯେଉଁ ବି କାମ ଆରମ୍ଭ କରିବେ, ତାହା ସଫଳ ହେବ। ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ। ଆଜି ଆପଣ ନିଜକୁ ସତେଜ ଅନୁଭବ କରିବେ। ଆପଣଙ୍କ ଆଖାପାଖରେ ସକାରାତ୍ମକ ଶକ୍ତି ରହିବ। ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ।

ମେଷ: ଆଜି ଆପଣଙ୍କୁ ବଡ଼ମାନଙ୍କଠାରୁ ପ୍ରେରଣା ମିଳିବ। ଯେଉଁ ବି କାମ ଆରମ୍ଭ କରିବେ, ତାହା ସଫଳ ହେବ। ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ।

ବୃଷ: ଆଜି ଆପଣ ନିଜକୁ ସତେଜ ଅନୁଭବ କରିବେ। ଆପଣଙ୍କ ଆଖାପାଖରେ ସକାରାତ୍ମକ ଶକ୍ତି ରହିବ। ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ।

ମିଥୁନ: ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବାର ଯୋଗ ରହିଛି। ଘରଲୋକଙ୍କ ସହ ଭଲ ସମୟ ବିତାଇବେ। ଅଫିସ୍‌ରେ ସହକର୍ମୀମାନଙ୍କ ସହଯୋଗ ମିଳିବ।

କର୍କଟ: ପଇସା ଲେଣଦେଣ ମାମଲାରେ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ମା’ଙ୍କ ଆଶୀର୍ବାଦ ନିଅନ୍ତୁ, କାର୍ଯ୍ୟରେ ସଫଳତା ମିଳିବ।

ସିଂହ: ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ବିରୋଧୀମାନେ ଆପଣଙ୍କ ଉପରେ ଚାପ ପକାଇ ପାରନ୍ତି।

କନ୍ୟା: ଆଜିର ଦିନ ଭଲ ରହିବ। ଆପଣଙ୍କୁ ନିଜର କାରବାର ବଢ଼ାଇବାର ପାଇଁ ଅନେକ ମଉକା ମିଳିବ। ଅଟକିଥିବା କାର୍ଯ୍ୟ ପୂରା ହେବ।

ତୁଳା: ଆପଣ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଘରଲୋକଙ୍କ ସହିତ ଧାର୍ମିକ କାର୍ଯ୍ୟ ଆୟୋଜନ କରନ୍ତୁ। ପାରିବାରିକ ସମ୍ପର୍କ ମଧୁର ହେବ।

ବିଛା: ନିଜ ଲୋକଠାରୁ ଭଲ ଖବର ଶୁଣିବାକୁ ମିଳିପାରେ। ଘରୋଇ କାର୍ଯ୍ୟ ପୂରା କରିବାରେ ସଫଳ ହେବେ। ଅଜଣା ଭୟରୁ ମୁକ୍ତି ମିଳିବ।

ଧନୁ: ଓକିଲଙ୍କ ପାଇଁ ଦିନଟି ଭଲ, କୌଣସି ନୂଆ କାମ ହାତରେ ଲାଗିବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପାରିବାରିକ ସମ୍ପର୍କ ଦୃଢ଼ ହେବ।

ମକର: ଆପଣଙ୍କ ଦିନ ଠିକ୍‌ଠାକ୍‌ ରହିବ। କୌଣସି ବି ପ୍ରକାର ବିବାଦଠାରୁ ଦୂରେଇ ରୁହନ୍ତୁ। କୌଣସି ଅଜଣା ଲୋକଙ୍କୁ ଭରସା କରନ୍ତୁ ନାହିଁ।

କୁମ୍ଭ: ଅଫିସ୍‌ରେ ବସ୍‌ ଆପଣଙ୍କ କାମର ପ୍ରଶଂସା କରିବେ। ଆପଣଙ୍କ କଥା ଅନ୍ୟ ଉପରେ ପ୍ରଭାବ ପକାଇବ। ପରିବାରର ପୂରା ସାଥ୍‌ ମିଳିବ।

ମୀନ: ଆଜି ଆପଣଙ୍କ ଦିନ ଭଲ ରହିବ। ଜୀବନସାଥୀଙ୍କ ସହ ଘର କାର୍ଯ୍ୟ ପୂରା କରିବାରେ ବ୍ୟସ୍ତ ରହିବେ। ଘରକୁ ଅତିଥି ଆଗମନର ଯୋଗ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.