Below header

ଅନ୍‌ଲାଇନ୍‌ ମିଟିଂରେ ଉଲଗ୍ନ ନଜର ଆସିଲେ କାନଡ଼ା ସାଂସଦ, ଭିଡ଼ିଓ କନ୍‌ଫରେନ୍ସରେ ଚାଲିଥିଲା ମିଟିଂ

କରୋନା ମହାମାରୀ ପାଇଁ ସବୁଠି ଚାଲିଛି କନ୍‌ଫରେନ୍ସିଂ ଜରିଆରେ ମିଟିଂ । ସବୁକିଛି ଚାଲିଛି ଅନ୍‌ଲାଇନରେ । ଏପରି ସମୟରେ ବିଭିନ୍ନ ଅଦ୍ଭୁତ ଖବର ସବୁ ଦେଖିବାକୁ ମିଳୁଛି । ନିକଟରେ ଏପରି ଏକ ମଜାଦାର ଖବର ଦେଖିବାକୁ ମିଳିଛି କାନଡ଼ାରେ । ଜଣେ ସାଂସଦ ଅନ୍‌ଲାଇନ୍‌ ମିଟିଂରେ ଯୋଗ ଦେବାବେଳେ ଉଲଗ୍ନ ଥିବା ଦେଖାଯାଇଥିଲେ । ପୋଟିଏକର କ୍ୟୁବେକ୍‌ ଜିଲ୍ଲାରୁ ୨୦୧୫ ରୁ ପ୍ରତିନିଧିତ୍ତ୍ୱ କରୁଥିବା ସାଂସଦ ଓ୍ଵିଲିୟମ୍‌ ଅମୋସ୍‌ ବୁଧବାର ସାଂସଦଙ୍କ ବୈଠକରେ ଉଲଗ୍ନ ଅବସ୍ଥାରେ ଥିବାର ଦେଖାଯାଇଥିଲେ ।

ବିଶ୍ୱ ମହାମାରୀ ଯୋଗୁ କାନଡ଼ାର ସାଂସଦମାନେ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ଭାଗ ନେଉଥିବାବେଳେ ଓ୍ଵିଲିୟମ୍‌ ମଧ୍ୟ ଏଥିରେ ଭାଗ ନେଇଥିଲେ । ହେଲେ ସେ ମିଟିଂରେ ପୁରା ଉଲଗ୍ନ ଥିବା ଦେଖାଯାଇଥିଲେ । ତାଙ୍କର ଗୁପ୍ତାଙ୍ଗ ଏକ ମୋବାଇଲରେ ଢ଼ାଙ୍କି ହୋଇଥିବାର ଦେଖାଯାଇଥିଲା ।

ତେବେ ସାଂସଦ ତାଙ୍କର ଏହି ଭୂଲ୍‌ ପାଇଁ କ୍ଷମା ମାଗିବା ସହ ଏ ସମ୍ପର୍କରେ ସ୍ପଷ୍ଟିକରଣ ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ଜଗିଂରୁ ଫେରିବା ପରେ ଡ୍ରେସ ବଦଳାଉଥିବା ବେଳେ ଭୁଲ୍‌ରେ ମୋର ଭିଡିଓ ଅନ୍‌ ହୋଇଯାଇଥିଲା । ତେବେ ଏପରି ଭୁଲ ଆଉ କେବେ ହେବନାହିଁ । ଏଥିପାଇଁ ହାଉସ୍‌ ଅଫ୍‌ କମନ୍ସର ମୋର ସମସ୍ତ ସାଥୀମାନଙ୍କୁ କ୍ଷମା ମାଗୁଛି । ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.