ମହିଳା କମିଶନଙ୍କ ଅଫିସରେ ସ୍ୱାମୀ ସ୍ତ୍ରୀ ମାଡ଼ପିଟ୍, ଛାଡ଼ପତ୍ରକୁ ନେଇ ମହାଭାରତ

କେନ୍ୟୁଜ୍(ବ୍ୟୁରୋ):  ମହିଳା କମିଶନଙ୍କ ପାଖରେ ସ୍ୱାମୀ ସ୍ତ୍ରୀଙ୍କ  ମାଡ଼ ପିଟ୍ । ଉଭୟଙ୍କ ସହମତିରେ ଛାଡପତ୍ର ନିଷ୍ପତ୍ତି ହେଇଥିଲା । ଆଜି ମହିଳା କମିଶନଙ୍କ ଆଗରେ ଛାଡ଼ପତ୍ର ଶୁଣାଣୀର ତାରିଖ ଥିଲା । ହେଲେ ମହିଳା କମିଶନଙ୍କ ଆଗରେ ଦେଖିବାକୁ ମିଳିଥିଲା ସ୍ବାମୀ ଓ ସ୍ତ୍ରୀ ଦୁଇଜଣ  ମାଡ଼ପିଟ ହୋଇଥିଲା । ସ୍ବାମୀକୁ କମିଶନଙ୍କ ଅଫିସରେ ନିର୍ଧୁମ ଛେଚିଥିଲେ ସ୍ତ୍ରୀ ।

ମିଳିଥିବା ସୂଚନା ମୁତାବକ ୨୦୧୬ ଏପ୍ରିଲ୍‌ ୨୪ ତାରିଖରେ ଭଦ୍ରକ ଜିଲ୍ଲାର ସୁରେଶ୍‌  ବଳଙ୍କ ସହ ସେହି ଭଦ୍ରକର ଶ୍ରଦ୍ଧାଞ୍ଜଳି ବଳଙ୍କ ବାହାଘର ହେଇଥିଲା ।  କିନ୍ତୁ ବାହାଘର ପରେ ସୁରେଶଙ୍କ ଭିଣୋଇ ଶ୍ରଦ୍ଧାଞ୍ଜଳିଙ୍କ ଉପରେ ଖରାପ୍‌  ନଜରରେ ଦେଖୁଥିବା  ଶ୍ରଦ୍ଧାଞ୍ଜଳି ଅଭିଯୋଗ କରିଥିଲେ । ଯାହାକୁ ସମର୍ଥନ କରୁଥିଲେ ଶ୍ରଦ୍ଧାଙ୍କ ସ୍ବାମୀ ସୁରେଶ । ଯାହାକୁ ନେଇ ସମ୍ପର୍କରେ ତିତ୍କତା ହୋଇଥିଲା। ଉଭୟ ଛାଡ଼ପାତ୍ର ପାଇଁ ଅପିଲ କରିଥିଲେ। କିନ୍ତୁ କୋର୍ଟରେ ଉଭୟଙ୍କୁ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଏଥିରେ କୋଣସି  ସମାଧାନ ନହେବାରୁ ଶ୍ରଦ୍ଧାଞ୍ଜଳି ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ଓ ଛାଡ଼ପତ୍ର ପାଇଁ ଅପିଲ କରିଥିଲେ। ଆଜି ତାହାର ଶୁଣାଣି ବେଳେ  ଉଭୟଙ୍କ ମଧ୍ୟରେ କଥାକଟାକଟି ହୋଇ ମାଡ଼ିପିଟ ହୋଇଥିବାର ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.