Below header

ମହିଳା ଚଢ଼ାଇଲେ ଶିଶୁ ଉପରେ ଗାଡ଼ି, ତାପରେ ହେଲା ଚମତ୍କାର, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ : ଆଜିକାଲି ସୋସିଆଲ ମିଡ଼ିଆରେ ଏପରି ଅନେକ ଭିଡ଼ିଓ ଭାଇରାଲ ହୋଉଛି ଯାହା ସାଧାରଣତଃ ବିଶ୍ବାସ କରିପାରିବେ ନାହିଁ। ଏବେ ମୁମ୍ବାଇର ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ଦେଖିବାକୁ ମିଳିଛି ଆଚର୍ଯ୍ଯକର ଘଟଣା। ଜଣେ ଶିଶୁଟି ଖେଳୁଥିବା ସମୟରେ ତାଙ୍କୁ ଜଣେ ମହିଳା ଗାଡ଼ି ଚଢ଼ାଇଦେଇଥିଲେ। କିନ୍ତୁ ଭାଗ୍ଯବଶତଃ ଶିଶୁଟିର କିଛି ହୋଇନଥିଲା। ଏପରିକି ଗୋଟିଏ ଛୋଟ ଖଣ୍ଡିଆ ମଧ୍ୟ ହୋଇନଥିଲା। ଆସନ୍ତୁ ଦେଖିବା କଣ ରହିଥିଲା ପୁରା ଘଟଣା।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି, ମୁମ୍ବାଇ ଚେମ୍ବୁରରେ ଜଣେ ମହିଳା ପାର୍କିଂରୁ ଗାଡ଼ି ବାହାର କରୁଥିବା ବେଳେ ସେଠାରେ ଖେଳୁଥିବା ଜଣେ ଶିଶୁ ଉପରେ ଗାଡ଼ି ଚଢ଼ାଇ ଦେଉଛନ୍ତି। ପରେ ସେ ଗାଡ଼ି ତଳେ ଘୋଷାଡ଼ି ହୋଇଯାଇଥିଲା। ଘଟଣାଟି ସୋମବାର ସନ୍ଧ୍ଯା ୭ଟା ବେଳର ବେଲି ଜଣାପଡ଼ିଛି।

ପାକିଂରେ ଖେଳୁଥିବା ସମୟରେ ଗାଡ଼ି ସାମ୍ନାରେ ବସି ୬-୮ ବର୍ଷର ଶିଶୁଟି ତା ଜୋତାର ଲେସ୍ ବାନ୍ଧୁଥିଲା। ଠିକ୍ ସେହି ସମୟରେ ମହିଳା ଜଣଙ୍କ ସେଠାର ଗାଡ଼ି ବାହାର କରିବା ସହ ଗାଡ଼ି ଶିଶୁଟି ଉପରେ ଚଢ଼ାଇ ଦେଇଥିଲେ। ଛୁଆଟି କିଛି ବାଟ ଘୋଷାଡ଼ି ହୋଇ ପଳାଇଥିବା ସହ ଗାଡ଼ି ତଳେ ରହିଯାଇଥିଲା। କିନ୍ତୁ ଶିଶୁଟିର ଭାଗ୍ଯ ଭଲ ରହିଥିଲା କି ଛୁଆଟିର କିଛି ହୋଇନଥିଲା। ତେବେ ସଂପୂର୍ଣ୍ଣ ଘଟଣାଟି ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଥିବା ବେଳେ ଏହାର ସୂଚନା ପୋଲିସକୁ ଦିଆଯାଇଥିଲା। ଏନେଇ ତଦନ୍ତ ଚାଲୁଥିବା ବେଳେ ଏପର୍ଯ୍ଯନ୍ତ ଘଟଣାଟିର କିଛି ସତ୍ଯତା ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.