ଗୋଟିଏ ଛାତ ତଳେ ୬ ସୁପର ଷ୍ଟାର : ଶାହାରୁଖ, ଅମୀର, ଦୁଇ ରଣବୀରଙ୍କ ସହ ଦୀପିକା ଓ ଆଲିଆ

ମୁମ୍ବାଇ : କିଛି ଆଚମ୍ବିତ କଥା । କିଛି ଅଶ୍ଚର୍ଯ୍ୟ । ବିଶେଷ କରି ସିନେପ୍ରେମୀଙ୍କ ପାଇଁ । କାରଣ ଗୋଟିଏ ଜାଗାରେ ଏକାଠି ହେଲେ ଶାହାରୁଖ ଓ ଅମୀର । ରଣବୀର କପୁର ଓ ରଣବୀର ସିଂହ । ଏବଂ ଦୀପିକା ପାଦୁକୋନ ଓ ଆଲିଆ ଭଟ୍ଟ । ଏସବୁ ବଲିଉଡର ସୁପରଷ୍ଟାର ଗୋଟିଏ ଫ୍ରେମରେ। ଶାହାରୁଖ ଖାନ୍‌ଙ୍କ ଠାରୁ ଆରମ୍ଭ କରି ଆମିର ଖାନ, ରଣବୀର କପୁର, ଆଲିଆ ଭଟ୍ଟ, ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଏକାଠି ହୋଇଥିଲେ ଗୋଟିଏ ପାର୍ଟିରେ । ରଣବୀର କପୁରଙ୍କ ମୁମ୍ବାଇ ସ୍ଥିତ ଘରେ ସବୁ ଷ୍ଟାର ମିଶି ରାତିରୁ ସକାଳ ୬ଟା ଯାଏ ପାର୍ଟି କରିଥିଲେ। ନିଜେ ଏହି ପାର୍ଟିରେ ଥିବା କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି।

ଶାହାରୁଖ ଓ ଆମିରଙ୍କୁ ଖୁବ୍‌ କମ ସମୟ ଏକାଠି ଦେଖିବାକୁ ମିଳିଥାଏ। ମାତ୍ର ଏହି ପାର୍ଟିରେ ଦୁଇ ଷ୍ଟାର ବେଶ୍ କିଛି ସମୟ ହସଖୁସିରେ କଟାଇଥିଲେ । ଏହା ସହ ସବୁଠୁ ଆଶ୍ଚର୍ଯ୍ୟ ଲାଗିଥିଲା ରଣବୀର କପୁର ଓ ଦୀପିକାଙ୍କ ମିଳନ । ପୁଣି ରଣବୀର ସିଂହଙ୍କ ଉପସ୍ଥିତିରେ । ବ୍ରେକଅପ୍ ପରେ ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ଦୋସ୍ତାନା ଦେଖି ଲାଗୁ ନଥିଲା ସେମାନଙ୍କ ଭିତରେ କିଛି ମତଭେଦ କିମ୍ବା ମନାନ୍ତର ଅଛି ବୋଲି । ପୁଣି ଦୀପିକାଙ୍କ ବର୍ତ୍ତମାନର ପ୍ରେମିକ ରଣବୀର ସିଂହ ଓ ରଣବୀର କପୁରଙ୍କ ନୂଆ ପ୍ରେମିକା ଆଲିଆ ଭଟ୍ଟ ମଧ୍ୟ ପାର୍ଟିରେ ପୂରା ମସ୍ତି କରିଥିଲେ । ଏମାନେ ସମସ୍ତେ ମିଶି ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ର ଟ୍ରେଲର ଦେଖିଥିଲେ । ସୋସିଆଲ ମିଡିଆରେ ଏହି ଷ୍ଟାରମାନଙ୍କ ଫଟୋ ଖୁବ୍ ଚର୍ଚ୍ଚାକୁ ଆସିଛି । ଫଟୋରେ ରଣବୀର ସିଂହ ଓ ଦୀପିକାଙ୍କୁ ଦୁଇ ହାତରେ କୁଣ୍ଢାଇ ଧରିଛନ୍ତି ରଣବୀର କପୁର । ତାକୁ ନେଇ ବେଶି ଆଲୋଚନା ହେଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.