Below header

ନିର୍ବାଚନରେ କୋଟିଏ ଭୋଟ ଦେଲେ ୭୦ ଟଙ୍କାରେ ଦେବୁ ମଦ, ଏମିତି କହିଲେ ଆନ୍ଧ୍ରପ୍ରଦେଶ ବିଜେପି ମୁଖ୍ୟ

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ଆଗାମୀ ୨୦୨୪ ରେ ଅନୁଷ୍ଠିତ ହେବ । ଏଥିପାଇଁ ସବୁ ରାଜନୈତିକ ଦଳ ଭୋଟ ହାତେଇବାକୁ ବିଭିନ୍ନ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କିଛି ପ୍ରତିଶୃତି ଦେଇଛି । ଏହି କ୍ରମରେ ରାଜ୍ୟ ବିଜେପି ମୁଖ୍ୟ ସୋମୁ ବୀରରାଜୁ ଗତକାଲି ଏକ ସଭାରେ, ବିଜେପିକୁ ଭୋଟ ଦେଲେ ମଦ ୭୦ ଟଙ୍କାରେ ଯୋଗାଇବେ ବୋଲି କହିଛନ୍ତି ।

ଶ୍ରୀ ବୀରରାଜୁ ଶାସକ କଂଗ୍ରେସ ଦଳ ଓ ବିପକ୍ଷ ତେଲଗୁ ଦେଶମ ପାର୍ଟି ସମ୍ପର୍କରେ ଆଲୋଚନା କରିବା ସହ ରାଜ୍ୟରେ ବଡ଼ ସଂଶାଧନ ଓ ଦୀର୍ଘ ସମୁଦ୍ର ତଟ ଥାଇ ମଧ୍ୟ ରାଜ୍ୟ ଆଗେଇ ପାରିନି ବୋଲି ସେ କହିଥିଲେ । ଶ୍ରୀ ରାଜୁ ରାଜ୍ୟରେ ମଦର ମାତ୍ରାଧିକ ଦାମକୁ ନେଇ ଟିପ୍ପଣୀ ଦେବା ସହ ବିଜେପିକୁ କୋଟିଏ ଭୋଟ ଦେଲେ ଆମେ ମଦ ୭୦ ଟଙ୍କାରେ ଦେବୁ ବୋଲି କହିଥିଲେ । ଯଦି ଭଲ ରାଜସ୍ୱ ଆସିଲା ତେବେ ମଦ ୫୦ ଟଙ୍କାରେ ଦେବୁ ବୋଲି ମଧ୍ୟ କହିଥିଲେ ।

Courtesy : ANI

ସେ ଆହୁରି କହିଥିଲେ ଯେ ରାଜ୍ୟରେ ଜଣେ ବ୍ୟକ୍ତି ୧୨ ହଜାର ଟଙ୍କାରେ ମଦ ପିଇଥାଏ । ତେଣୁ ବିଜେପିକୁ ଭୋଟ ଦେଲେ ମଦ ୭୦ ଟଙ୍କାରେ ଦେବା ସହ ଅମରାବତୀକୁ ରାଜଧାନୀ କରିବୁ ବୋଲି ବିଜେପି ପ୍ରତିଶ୍ରୁତି ଦେଉଛି ବୋଲି ସେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.