ଜାନୁଆରି ୧ରୁ ପିଲାଙ୍କ ପାଇଁ ପଞ୍ଜିକରଣ: ୧୫ରୁ ୧୮ ବର୍ଷ ପିଲା ଅନଲାଇନ ଓ ଅଫଲାଇରେ କରିପାରିବେ ବୁକ୍

ଭୁବନେଶ୍ବର(କେନ୍ଯୁଜ୍):୧୫ରୁ ୧୮ ବର୍ଷ ବୟସର ପିଲା କୋଭିଡ଼ ଟିକା ନେବା ପାଇଁ ଉଭୟ ଅନଲାଇନ ଓ ଅନସାଇଟ୍ରେ ବୁକ୍ କରିପାରିବେ । ଏହାଛଡ଼ା ପିଲାମାନେ କୋ-ଓ୍ଵିନ ଆପ୍ ଜରିଆରେ ମଧ୍ୟ ପଞ୍ଜିକରଣ କରିପାରିବେ। ପିଲାମାନଙ୍କ ପାଇଁ ଅଲଗା ଟିକାକରଣ ଟିମ୍ ଓ ଅଲଗା ଲାଇନ ହେବ । କୋ-ଓ୍ଵିନ ଆପରେ ଜାନୁଆରୀ ୧ରୁ ରେଜିଷ୍ଟ୍ରେସନ କରିପାରିବେ।
ଜାନୁଆରୀ ୩ରୁ ଅନସାଇଟ ରେଜିଷ୍ଟ୍ରେସନ କରିପାରିବେ। ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଯେଉଁଠି ସମ୍ଭବ ନହେବ, ପୂର୍ବରୁ ଥିବା ଟିକାକରଣ କେନ୍ଦ୍ରରେ ସକାଳ ୮ରୁ ଗୋଟାଏ ମଧ୍ୟରେ ଟିକା ଦିଆଯିବ । ବାକି ସମସ୍ତଙ୍କୁ ଅପରାହ୍ନରେ ଟିକା ଦିଆଯିବ ।