ଖୁସି ଖବର ! ଅପେକ୍ଷାର ହେଲା ଅନ୍ତ, ଆସନ୍ତା ୨୦୨୨ରେ ଆରମ୍ଭ ହେବ 5G ସେବା

ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ବହୁତ ଜଲଦି ଆପଣଙ୍କୁ ମିଳିବାକୁ ଯାଉଛି ୫ଜି ସେବା। ଆପଣଙ୍କର ଏହି ସେବା ଆସନ୍ତା ୨୦୨୨ରେ ଆରମ୍ଭ ହେବାକୁ ଯାଉଛି। ବହୁତ ଲମ୍ବା ସମୟ ଧରି ଲୋକମାନେ ୫ଜି ନେଟଓ୍ଵାର୍କକୁ ଅପେକ୍ଷା କରିରହିଥିଲେ। ଯାହାର ଅପେକ୍ଷା ଆସନ୍ତା ୨୦୨୨ରେ ଶେଷ ହେବାକୁ ଯାଉଛି। ଦେଶର ୧୩ଟି ପ୍ରମୁଖ ସହରରେ ପ୍ରଥମେ ୫ଜି ସେବାର ଶୁଭାରମ୍ଭ କରାଯିବ।

ସରକାର ଦେଶର ୧୩ଟି ପ୍ରମୁଖ ସହରରେ ଏହି ସେବାକୁ ପ୍ରଥମେ ଲଞ୍ଚ୍‌ କରିବେ ବା କାର୍ଯ୍ୟକାରୀ ହେବ। ଏହି ୧୩ ସହର ମଧ୍ୟରୁ ଦେଶର ଚାରୋଟି ମେଟ୍ରୋ ସିଟି ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ସାମିଲ ରହିଛି। ଏହି ମହାନଗର ବ୍ୟତୀତ ଗୁରୁଗ୍ରାମ, ଚଣ୍ଡିଗଡ, ଲକ୍ଷ୍ନୌ, ପୁନେ, ବାଙ୍ଗାଲୁରୁ, ଜାମନଗର, ଅହମ୍ମଦାବାନ, ଗାନ୍ଧୀନଗର ଏବଂ ହାଇଦ୍ରାବାଦ ମଧ୍ୟ ସାମିଲ ରହିଛି।

townଦୂରସଞ୍ଚାର ବିଭାଗ ସ୍ପଷ୍ଟ କରିଛି ଯେ ୨୦୨୨ରେ ହିଁ ଦେଶରେ ୫ଜି ସେବାକୁ ଲଞ୍ଚ୍‌ କରିଦିଆଯିବ। ଦେଶର ଯେଉଁ ୧୩ ସହରରେ ୨୦୨୨ରେ ୫ଜି ସେବାକୁ ଲଞ୍ଚ୍‌ କରିବା ପାଇଁ ମନୋନିତ କରାଯାଇଛି, ସେଠାରେ ପୂର୍ବରୁ ଟେଲିକମ୍‌ କମ୍ପାନୀ ଟ୍ରାଏଲ ରୂପେ ୫ଜି ସର୍ଭିସେଜର ଟେଷ୍ଟିଙ୍ଗ କରୁଛି। କେବଳ ଏତିକି ନୁହେଁ ଟେଲିକମ୍‌ କମ୍ପାନୀଙ୍କ ପାଖରେ ସମ୍ପୂର୍ଣ୍ଣ ଭାବେ ସେବା ଆରମ୍ଭ କରିବା ପାଇଁ ପର୍ଯ୍ୟାପ୍ତ ଇନଫ୍ରାଷ୍ଟ୍ରକଚର ବି ରହିଛି।

ଲଞ୍ଚ ହେବା ପରେ ୫ଜି ସେବା ଯଦି ସଫଳ ହୁଏ ତାହେଲେ ଏହି ସହରରେ ଅଧିକ ଜନସଂଖ୍ୟାଙ୍କ ପାଖରେ ଏହି ସେବାକୁ ପହଁଚାଯିବ। ରିପୋର୍ଟ ମୁତାବକ ୫ଜିର ନୂଆ ସ୍ପେକ୍ଟ୍ରମର ନିଲାମୀ ମାର୍ଚ୍ଚ-ଏପ୍ରିଲ ୨୦୨୨ରେ ହେବ ଏବଂ ଏହାପରେ ୫ଜି ନେଟଓ୍ଵାର୍କକୁ ଲଞ୍ଚ୍‌ କରାଯିବ। ସ୍ପେକ୍ଟ୍ରମର ଦାମକୁ ନେଇ ଏବେ ସୁଦ୍ଧା କୌଣସି ବୟାନ ସାମ୍ନାକୁ ଆସିନାହିଁ। ଯଦି ସ୍ପେକ୍ଟ୍ରର ଦାମ ଅଧିକ ହେବ ତାହେଲେ ୫ଜିର ପ୍ଲାନ୍‌ ମଧ୍ୟ ଅଧିକ ହେବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତୀୟ ବଜାରରେ ଗତ ଦୁଇ ବର୍ଷରେ ପ୍ରାୟ ୧୦୦ ରୁ ଅଧିକ ୫ଜି ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହୋଇଛି। ଏହାବ୍ୟତୀତ ଅନ୍ୟ ୫ଜି ଡିଭାଇସ୍‌ ମଧ୍ୟ ବଜାରରେ ମହଜୁଦ ରହିଛି। ଏବେ କେବଳ ୫ଜିର ଲଞ୍ଚିଙ୍ଗକୁ ଅପେକ୍ଷା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.