Below header

ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗ ପ୍ରଶିକ୍ଷକ ନିଯୁକ୍ତ କରିବେ କେନ୍ଦ୍ର ସରକାର, ଆୟୁଷ ମନ୍ତ୍ରାଳୟ ସହ ଏମଓୟୁ(MoU) ସ୍ଵାକ୍ଷରିତ

ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ଆୟୁଷ ମନ୍ତ୍ରାଳୟ ରବିବାର କୁପୋଷଣର ସଂଯୁକ୍ତ ପ୍ରବନ୍ଧନ ପାଇଁ ବୁଝାମଣାପତ୍ର(ଏମଓୟୁ) ସ୍ଵାକ୍ଷର କରିଛନ୍ତି। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନି ଉପସ୍ଥିତ ଥିଲେ। ଏହାସହିତ କେନ୍ଦ୍ର ସରକାର ବର୍ତ୍ତମାନ ଯୋଗ ଶିକ୍ଷାକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନେଇଯିବାକୁ ପ୍ରସ୍ତୁତି ଚଳାଇଛନ୍ତି। କେନ୍ଦ୍ର ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଯୋଗ ଶିଖାଇବା ପାଇଁ ଏକ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି।

ju

ii

kj

ମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି, ଏମଓୟୁ ଅଧୀନରେ ପ୍ରଥମ ଥର ଏହି ପାଇଲଟ ଟେଷ୍ଟ କେସ ଜରିଆରେ ଯୋଗ ପ୍ରଶିକ୍ଷକଙ୍କୁ ମନୋନୀତ ରାଜ୍ୟର ମନୋନୀତ ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଯିବ, ଯେପରି ଆମେ ଛୋଟବେଳୁ ହିଁ ଯୋଗକୁ ପିଲାଙ୍କ ଜୀବନର ଅଭିନ୍ନ ଅଙ୍ଗ କରିପାରିବୁ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ‘ଏକ ଭୁଲ ଧାରଣା ରହିଛି ଯେ ଗର୍ଭବତୀ ମହିଳାମାନେ ଯୋଗ କରିପାରିବେ ନାହିଁ, ଖାସକରି ପ୍ରାଣାୟମ। ଆୟୁଷ ମନ୍ତ୍ରାଳୟ ସହିତ ଏହି ଏମଓୟୁ ସବୁ ଭ୍ରାନ୍ତିକୁ ଦୂର କରିବାରେ ଆମ ପାଇଁ ଏକ ମାଇଲଷ୍ଟୋନ ସାବ୍ୟସ୍ତ ହେବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.