ଆମେରିକା ଜର୍ଣ୍ଣାଲ ମଧ୍ୟ ମାନିଲା, ନିୟମିତ ଗଙ୍ଗାଜଳ ବ୍ୟବହାର କଲେ କମ୍‌ ହୋଇଯାଏ କରୋନା ଭାଇରସ ପ୍ରଭାବ

ନିୟମିତ ଭାବେ ଗଙ୍ଗାଜଳ ବ୍ୟବହାର କଲେ କରୋନାର ପ୍ରଭାବ କମ୍‌ ହୋଇଯିବ। ଗଙ୍ଗାଜଳ ପିଉଥିବା ଓ ଗଙ୍ଗାଜଳରେ ସ୍ନାନ କରୁଥିବା ଲୋକଙ୍କ ଉପରେ କରୋନା ବିପଦ ବହୁତ କମ ରହିଥାଏ । ଏକ ଗବେଷଣାରେ ଏହାର ଖୁଲାସା ହୋଇଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆଇଏମଏସ (IMS) ଟିମ ଗଙ୍ଗା ନଦୀ କୁଳରେ ରହୁଥିବା ଲୋକଙ୍କ ଉପରେ କରୋନା ପ୍ରଭାବକୁ ନେଇ ଗବେଷଣା କରିଛନ୍ତି ।

ଗଭୀର ଅଧ୍ୟୟନ ଓ ଗବେଷଣା ପରେ ଟିମ ଏହି ନିଷ୍କର୍ସରେ ପହଞ୍ଚିଥିଲା ଯେ ନିୟମିତ ଗଙ୍ଗାଜଳ ବ୍ୟବହାର କରୁଥିବା ଲୋକଙ୍କ କରୋନା ଭାଇରସର ପ୍ରଭାବ କେବଳ ୧୦ ପ୍ରତିଶତ ରହିଛି । ଗୁରୁତ୍ୱପୂର୍ଣ କଥା ହେଲା, ଆମେରିକାର ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ମାଇକ୍ରୋବାୟୋଲୋଜି ଅଙ୍କରେ ମଧ୍ୟ ଏହା ପ୍ରକାଶିତ ହୋଇଛି ।

ganga jal

ଗବେଷଣାରେ ଜଣାପଡିଛି ଯେ, ନିୟମିତ ଗଙ୍ଗାଜଳରେ ସ୍ନାନ କଲେ ଓ ଯେକୌଣସି ପ୍ରକାରେ ଗଙ୍ଗାଜଳ ସେବନ କରୁଥିବା ୯୦ ପ୍ରତିଶତ ଲୋକଙ୍କ ଉପରେ କରୋନା ସଂକ୍ରମଣର ପ୍ରଭାବ ନାହିଁ । ଏଥିପାଇଁ ଲୋକଙ୍କ ନମୁନା ସଂଗ୍ରହ କରାଯାଇଥିଲା । ବିଏଚୟୁର ନ୍ୟୁରୋଲୋଜି ବିଭାଗର ଅଧ୍ୟକ୍ଷ ଡ.ରାମେଶ୍ୱର ଚୌରାସିଆ, ନ୍ୟୁରୋଲୋଜିଷ୍ଟ ପ୍ରଫେସର ବିଏନ ମିଶ୍ରଙ୍କ ନେତୃତ୍ୱରେ କାମ କରୁଥିବା ଟିମ ରିସର୍ଚ୍ଚ ପରେ ଦାବି କରିଥିଲେ ଯେ ଗଙ୍ଗାଜଳରେ ସ୍ନାନ କରୁଥିବା ୯୦ ପ୍ରତିଶତ ଲୋକ କରୋନା ଭାଇରସ ପ୍ରକୋପରୁ ସୁରକ୍ଷିତ ଅଛନ୍ତି । ଏହାଛଡା ଗଙ୍ଗାକୂଳରେ ବାସ କରୁଥିବା ଲୋକେ ଅନ୍ୟ ସହର ତୁଳନାରେ ୫୦ ପ୍ରତିଶତ କମ ସଂକ୍ରମିତ ।

pani

ସୂଚନା ଅନୁଯାୟୀ, ଆଇଏମଏସ ଟିମ ରବିବାର ଦିନ ପଞ୍ଚଗଙ୍ଗା ଘାଟରେ ୪୯ ଜଣଙ୍କ ନମୁନା ଯାଞ୍ଚ କରିଥିଲେ । ଏହି ଯାଞ୍ଚରେ ୪୮ ଜଣଙ୍କର ନେଗେଟିଭ ଓ ଜଣକର ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପୂର୍ବରୁ ଟିମ ବୁଧବାର ଦିନ ଭଦୈନି, ତୁଲସୀଘାଟ, ହରିଶ୍ଚନ୍ଦ୍ର ଘାଟ ଓ ଚେତସିଂହ ଘାଟରେ ୫୪ ଜଣଙ୍କର ନମୁନା ଯାଞ୍ଚ କରିଥିଲେ । ଏ ସମସ୍ତଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.