ଦେଶରେ ଲାଗୁ ହେଲା ସଂଶୋଧିତ ନାଗରିକତା ଆଇନ-୨୦୧୯, ବିଜ୍ଞପ୍ତି ଜାରି କଲେ ଗୃହ ମନ୍ତ୍ରାଳୟ

ଦେଶରେ ଲାଗୁ ହେଲା ସଂଶୋଧିତ ନାଗରିକତା ଆଇନ-୨୦୧୯ । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ବଡ଼ ପଦକ୍ଷେପ । ନାଗରିକତା ସଂଶୋଧିତ ଆଇନ୍‌(୨୦୧୯)ର ନିୟମ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟ୍ରର ଷ୍ଟ୍ରୋକ। ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ। ୫ବର୍ଷ ତଳେ ସଂସଦରେ ପାସ୍ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଆଜିଠାରୁ ଏହା ଲାଗୁ ହୋଇଛି। ମୋଦି ସରକାର ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତିନି ଦେଶର ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବ। ସିଏଏରେ ମୁସଲିମ ବହୁଳ ତିନି ପଡ଼ୋଶୀ ଦେଶରୁ ଶରଣାର୍ଥୀ ଭାବେ ଆସିଥିବା ଅନ୍ୟ ଧର୍ମର ନାଗରିକତା ଦେବାର ନିୟମ ରହିଛି। ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ସିଏଏ ଲାଗୁ କରିବାକୁ ଘୋଷଣା କରିଥିଲା। ମୋଦି ସରକାର କେନ୍ଦ୍ରରେ ଆସିବା ପରେ ନାଗରିକତା ଆଇନ -୧୯୫୫ରେ ସଂଶୋଧନ କରିଥିଲେ। ସଂଶୋଧିତ ଆଇନରେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରୁ ୨୦୧୪ ଡିସେମ୍ବର ୩୧ତାରିଖ ପୂର୍ବରୁ ଭାରତକୁ ଚାଲିଆସିଥିବା ସଂଖ୍ଯାଲଘୁ ଶରଣାର୍ଥୀ ଯଥା ହିନ୍ଦୁ, ଖ୍ରୀଷ୍ଟିଆନ,ଶିଖ, ଜୈନ, ବୌଦ୍ଧ ଏବଂ ପାର୍ସୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ। ଏଥିପାଇଁ ଏହି ଶରଣାର୍ଥୀଙ୍କୁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତ ଅନଲାଇନ ପୋର୍ଟାଲରେ ଆବେଦନ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.