Below header

ଚନ୍ଦ୍ରଯାନ-୩ର ଅବତରଣ ନେଇ କାଉଣ୍ଟଡାଉନ୍, କାଲି ସନ୍ଧ୍ୟା ୬ଟା ୪ ମିନିଟର ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ

ଚନ୍ଦ୍ରଯାନ-୩ର ଅବତରଣ ନେଇ ଅବଗଣନା ଚାଲିଛି । ଆସନ୍ତାକାଲି ଇତିହାସ ରଚିବା ଅପେକ୍ଷାରେ ରହିଛି ଇସ୍ରୋ । ୩୬ ଘଣ୍ଟା ପରେ ଲ୍ୟାଣ୍ଡିଂ । କାଲି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ । ଏହି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରି ରହିଥିବା ବେଳେ ଭାରତର ମୁନ୍ ମିଶନ ଉପରେ ନଜର ରଖିଛି ସାରା ବିଶ୍ବ ।

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ଅବତରଣ ନେଇ ଅବଗଣନା ଚାଲିଛି । ଆସନ୍ତାକାଲି ଇତିହାସ ରଚିବା ଅପେକ୍ଷାରେ ରହିଛି ଇସ୍ରୋ । ୩୬ ଘଣ୍ଟା ପରେ ଲ୍ୟାଣ୍ଡିଂ । କାଲି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ । ଏହି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରି ରହିଥିବା ବେଳେ ଭାରତର ମୁନ୍ ମିଶନ ଉପରେ ନଜର ରଖିଛି ସାରା ବିଶ୍ବ । ବୈଜ୍ଞାନିକମାନେ ଶତ ପ୍ରତିଶତ ନିଶ୍ଚିତ ଯେ, ଚୂଡ଼ାନ୍ତ ପରୀକ୍ଷାରେ ବି ଉତ୍ତୀର୍ଣ୍ଣ ହେବ ଚନ୍ଦ୍ରଯାନ-୩ ।ସମୟ ଯେତିକି ପାଖଉଛି ଦେଶବାସୀଙ୍କ ଭିତରେ ସେତିକି ବଢୁଛି ଉତ୍କଣ୍ଠା । ଅବତରଣ ପୂର୍ବରୁ ବେ ଚନ୍ଦ୍ରଯାନର ଆଭ୍ୟନ୍ତରୀଣ ଯାଞ୍ଚ କରାଯାଉଛି ।

ଆସନ୍ତାକାଲି ସନ୍ଧ୍ୟା ୫ଟା ୪୫ ମିନିଟରେ ଆରମ୍ଭ ହେବ ଅବତରଣ ପ୍ରକ୍ରିୟା । ସନ୍ଧ୍ୟା ୬ଟା ୪ ମିନିଟରେ ଏହା ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଟାର୍ଗେଟ ରହିଛି । ଏଯାଏ ମୁନ୍ ମିଶନ ଠିକଠାକ୍ ଚାଲିଛି । ଏବେ ଚନ୍ଦ୍ରପୃଷ୍ଠରୁ ୨୫ କିଲୋମିଟର ଦୂରରେ ରହିଛି ବିକ୍ରମ ଲ୍ୟାଣ୍ଡର । ଅବତରଣ କରାଇବାରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ସମାନ୍ତରାଳ ରେଖାରୁ ଚନ୍ଦ୍ରଯାନକୁ ଭୂଲମ୍ବ ସ୍ଥିତିକୁ ଆଣିବା ।

ଲ୍ୟାଣ୍ଡିଂର ପୂର୍ବ ୧୫ ମିନିଟ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ସହ ରକେଟ ସାହାଯ୍ୟରେ ଲ୍ୟାଣ୍ଡରର ବେଗକୁ ସଂତୁଳିତ କରିବାକୁ ହେବ । ଲ୍ୟାଣ୍ଡିଂ ଆରମ୍ଭରେ ବେଗ ପ୍ରତି ସେକେଣ୍ଡରେ ୨ ମିଟରକୁ କମ୍ ରହିବ । ଧିମା ବେଗରେ ଅବତରଣ କରାଇବା ସବୁଠୁ ଚ୍ୟାଲେଞ୍ଜିଂ । ସଫ୍ଟ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡରରୁ ୬ ଚକିଆ ରୋଭର ବାହାରି ଚନ୍ଦ୍ର ପୃଷ୍ଠରେ ବିଚରଣ କରିବା ସହ ବୈଜ୍ଞାନିକ ଅନୁସନ୍ଧାନ କରିବ । ଚନ୍ଦ୍ରର ସ୍ଥିତି ଠିକ ନ ରହିଲେ ସ୍ଥଗିତ ହୋଇପାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ଆସନ୍ତାକାଲି ଅବତରଣର ୨ ଘଣ୍ଟା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରାଯିବ । ଅସୁବିଧା ଦେଖାଦେଲେ ୨୩ ବଦଳରେ ୨୭ ତାରିଖରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.