Below header

ବଢ଼ିଲା ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ: ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ହେଲା ଚାର୍ଜଫ୍ରେମ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଭୁବନେଶ୍ବର JMFC କୋର୍ଟରେ ଚାର୍ଜଫ୍ରେମ ହୋଇଛି । ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପୂର୍ବତନ ଅତିରିକ୍ତ ପିସିସିଏଫ୍ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଓ ସହଯୋଗୀ ସର୍ବେଶ୍ବର ରାଓଙ୍କ ନାଁରେ ବି ହୋଇଛି ଚାର୍ଜଫ୍ରେମ ।

ଭୁବନେଶ୍ବର (କେନ୍ୟୁଜ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଭୁବନେଶ୍ବର JMFC କୋର୍ଟରେ ଚାର୍ଜଫ୍ରେମ ହୋଇଛି । ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପୂର୍ବତନ ଅତିରିକ୍ତ ପିସିସିଏଫ୍ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଓ ସହଯୋଗୀ ସର୍ବେଶ୍ବର ରାଓଙ୍କ ନାଁରେ ବି ହୋଇଛି ଚାର୍ଜଫ୍ରେମ । ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦-ବିରେ ଚାର୍ଜ ଫ୍ରେମ୍ ହୋଇଛି ।

ଏହାସହ ଆଇଟି ଆକ୍ଟ ୨୦୦୦ର ଧାରା ୬୬-ସି/୬୬-ଡିର ଧାରା ଲାଗିଛି । ଜାମେସଦପୁର ଟାଟା ମୋଟର୍ସ-ଏଥିକ୍ସର ଡେପୁଟି ଜେନେରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତିଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା । ସର୍ବେଶ୍ବରଙ୍କ ଜରିଆରେ ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଟାଟା ମୋଟର୍ସରେ ଆକାଶ ପାଠକ ଚାକିରି କରୁଥିଲେ ବୋଲି ମିଛ କହିଥିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରକୃତରେ ଟାଟା ମୋଟର୍ସରେ ଆକାଶ ପାଠକ ଚାକିରି କରୁନଥିଲେ । ପବ୍ଲିକ ସର୍ଭାଣ୍ଟ ହୋଇ ଲୋକଙ୍କଠୁ ପ୍ରଦୀପ ଆଦାୟ କରିଥିଲେ ଟଙ୍କା । ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀ, ସର୍ବେଶ୍ବର ରାଓ ଏବଂ ଆକାଶ ପାଠକ ଗିରଫ ହୋଇଥିଲେ । ଜାମିନରେ ଆସିବା ପରେ ସ୍ବତନ୍ତ୍ର କୋର୍ଟରେ ପ୍ରଦୀପ କରିଥିଲେ ଡିସଚାର୍ଜ ପିଟିସନ । ଡିସଚାର୍ଜ ପିଟିସିନକୁ ଖାରଜ କରିଥିଲେ ସ୍ବତନ୍ତ୍ର କୋର୍ଟ । ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରଦୀପ । ହାଇକୋର୍ଟ ମଧ୍ୟ ପ୍ରଦୀପଙ୍କ ଆବେଦନକୁ ଖାରଜ କରିଥିଲେ । ଆବେଦନ ଖାରଜ ହେବା ପରେ ୩ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.