ଚାରିଧାମ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ମିଳିବ ଦୁର୍ଘଟଣା ବିମା

ବଦ୍ରିନାଥ : ଚାରିଧାମ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ୧ ଲକ୍ଷ ଟଙ୍କା ବୀମା ମିଳିବ । ଯେଉଁମାନେ କେଦାରନାଥ, ବଦ୍ରିାନଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ପରିସରରେ କୌଣସି ଦୁର୍ଘଟଣା ହେଲେ ସେମାନଙ୍କୁ ଏହି ବୀମା ରାଶି ମିଳିବ । କେଦାରନାଥ –ବଦ୍ରିନାଥ ମନ୍ଦିର ସମିତି ର ମିଡିଆ ପ୍ରଭାରୀ ହରିଶ ଗୌଡ ଏହି କଥା ଘୋଷଣା କରିଛନ୍ତି । ଶ୍ରଦ୍ଧାଳୁଙ୍କ ଏହି ବୀମା କଭର ମାନବ ଉତ୍ଥାନ ସେବା ସମିତି ପକ୍ଷରୁ ୟୁନାଇଟେଡ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ ଏହା ଦେବ ।

ମାନବ ଉତ୍ଥାନ ସେବା ସମିତି ର ସଂସ୍ଥାପକ ଉତ୍ତରାଖଣ୍ଡର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ଯେ ଚାରିଧାମ ଯାତ୍ରା ସମୟରେ ଦୁର୍ଘଟଣାରେ ଶିକାର ହେବା ବ୍ୟକ୍ତିଙ୍କ ବୀମା କଭରେଜ ତାଙ୍କ ପିତା ହଂସଜୀ ମହାରାଜ ଓ ମା’ ରାଜେଶ୍ୱରୀ ଦେବୀଙ୍କ ସ୍ମୃତିରେ ପ୍ରଦାନ କରାଯିବ ।

ଏହି ରାଶି ମିଳିବା ନେଇ ଘୋଷଣା ହେବା ପରେ କେଦାରନାଥ-ବଦ୍ରିନାଥ ମନ୍ଦିର ସମତିର ଅଧ୍ୟକ୍ଷ ଏ ନେଇ କୃତଜ୍ଞତା ପ୍ରକାଶ କରିଛନ୍ତି । ଚାରିଧାମ ଯାତ୍ରା ୨୦୨୨ ରୁ ଆରମ୍ଭ ହେବା ପରେ ଦେଶର କୋଣ ଅନୁକୋଣରୁ ଯାତ୍ରୀ ଯାତ୍ରା ପାଇଁ ଆସୁଛନ୍ତି । ତେବେ ୩ ମଇରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ସମୟରେ ୧୧୦ ରୁ ଅଧିକ ଲୋକଙ୍କ ଦୁର୍ଘଟଣାରେ ପ୍ରାଣହାନି ଘଟିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.