ମାତ୍ର ୧୦ ଟଙ୍କାରେ କରନ୍ତୁ ଡାଇବେଟିସ ଓ ରକ୍ତଚାପ ପରୀକ୍ଷା, ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା
ଆଜିକାଲି ଲୋକଙ୍କ ବ୍ଯସ୍ତବହୁଳ ଯୋଗୁଁ ନିଜ ଶରୀରର ଧ୍ୟାନ ରଖିପାରୁନାହାନ୍ତି। ତେଣୁ ରୋଗରେ ପଡୁଛନ୍ତି। ସୁଗାର ଓ ରକ୍ତଚାପ ଏବେ ସାଧାରଣ ରୋଗ ହୋଇଗଲାଣି। ଆଉ ଆଜିକାଲି ଏହାକୁ ପରୀକ୍ଷା କରିବା ପାଇଁ ବହୁତ ପଇସା ମଧ୍ୟ ଖର୍ଚ୍ଚ କରିବାକୁ ପଡୁଛି। କିନ୍ତୁ ଏମିତି ସ୍ଥାନରେ ମାତ୍ର ୧୦ ଟଙ୍କାରେ ସୁଗାର ଓ ରକ୍ତଚାପ ପରୀକ୍ଷା ହେଉଛି। ତେବେ ଆସନ୍ତୁ ଜାଣିବା କେଉଁଠି ?
ଉତ୍ତରପ୍ରଦେଶ ମେଟ୍ରୋ ରେଳ ସେବାକୁ ୮ ମାର୍ଚ୍ଚ ଦିନ ଦୁଇବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ମେଟ୍ରୋ ଗୋସ୍ମାର୍ଟ କାର୍ଡ ଉପଭୋକ୍ତାମାନେ ଟ୍ରେନରେ ମାଗଣା ଯାତ୍ରା କରିପାରିବେ। ଏହାସହିତ ମାତ୍ର ୧୦ ଟଙ୍କାରେ ସୁଗାର ଏବଂ ରକ୍ତଚାପ ଯାଞ୍ଚ ମଧ୍ୟ କରିପାରିବେ। ଲକ୍ଷ୍ନୌ ମେଟ୍ରୋ ପକ୍ଷରୁ ଯାତ୍ରୀଙ୍କ ସ୍ବାସ୍ଥ୍ଯକୁ ଧ୍ୟାନରେ ରଖି ହଜରତଗଂଜ, ଆଲମବାଗ, ଇନ୍ଦିରା ନଗର, ମୁଂସୀ ପୁଲିୟା ମେଟ୍ରୋ ଷ୍ଟେସନରେ କ୍ଯାମ୍ପ ଲଗାଯିବ। ଯେଉଁଠି ମାତ୍ର ୧୦ ଟଙ୍କାରେ ଆପଣ ସୁଗାର ଓ ରକ୍ତଚାପ ଯାଞ୍ଚ କରିପାରିବେ।
ହଜରତଗଂଜ ମେଟ୍ରୋ ଷ୍ଟେସନରେ ସନ୍ଧ୍ଯା ୫ଟା ରୁ ୬ଟା ପର୍ଯ୍ଯନ୍ତ ‘ଫଚ୍ଯୁନ ହ୍ବିଲ’ ମଧ୍ୟ ରଖାଯିବ। ଏହି ଗେମ୍ ଖେଳିଯାତ୍ରୀ ପୁରସ୍କାର ମଧ୍ୟ ଜିତିପାରିବେ। ପୁରସ୍କାରରେ ମେଟ୍ରୋ ଟଏ ଟ୍ରେନ, ଗୋସ୍ମାର୍ଟ କାଡ/ ପ୍ଯାନ, ଫ୍ରିଜ ଇତ୍ଯାଦି ମିଳିବ। ଏହି ଅବସରରେ ମେଟ୍ରୋ ଯାତ୍ରୀମାନଙ୍କ ପାଇଁ ଆହୁରି ଅନେକ ସୁବିଧା ମଧ୍ୟ ମିଳିବ।