Below header

ଦୁଇ ମହଲା କୋଠରୁ ଖସି ପଡ଼ିଲା ଶିଶୁ, ହେଲେ କେମିତି ବଞ୍ଚିଗଲା ଦେଖନ୍ତୁ

କଥାରେ ଅଛି ଜନ୍ମ ଓ ମରଣ କଥା କାହାରି ହାତରେ ନଥାଏ । ସେହି କାରରଣରୁ ଅନେକ ଲୋକ ମୃତ୍ୟୁମୁଖରୁ ମଧ୍ୟ ବର୍ତ୍ତି ଯାଆନ୍ତି । ଠିକ୍‌ ସେହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ତିକମଗଡ଼ ଅଞ୍ଚଳରେ । ରାସ୍ତା କଡ଼ରେ ଥିବା ଏକ ଦୁଇ ମହଲା ଉପରେ ପିଲାଟି ଖେଳୁଥିଲା । ରେଲିଂରେ ଖେଳୁଥିବା ବେଳେ ଅଚାନକ ତଳକୁ ଖସି ପଡ଼ିଲା । ହେଲେ ଆୟୁଷ ତ ଅଛି । ବଞ୍ଚିବନି ବା କେମିତି ? ଠିକ୍‌ ସେତିକି ବେଳେ ତଳେ ଏକ ରିକ୍ସା ଯାଉଥିଲା ଏବଂ ପିଲାଟି ସେହି ରିକ୍ସା ଉପରେ ପଡ଼ି ବଞ୍ଚିଗଲା । ୩୫ ଫୁଟ ଉପରୁ ପିଲାଟି ଖସିପଡ଼ିବା ଏବଂ ରକ୍ଷା ପାଇଯିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲା ।

ଏହି ଘଟଣା ଉଭୟ ପିଲାଟିର ପରିବାର ଲୋକ, ରିକ୍ସାବାଲା ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ପିଲାଟିକୁ ପରେ ଡାକ୍ତରଖାନା ନିଆଯାଇଥିଲା । ତେବେ ସେ ସୁସ୍ଥ ଅଛି ବୋଲି ତାର ବାପା ଆଶିଷ ଜୈନ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.