ଖୋଲିଲା ଦେଶରେ ସର୍ବବୃହତ ମଲ୍ଟିପ୍ଲେକ୍ସ, ଯେଉଁଠି ଦିନକୁ ଚାଲିପାରିବ ୬୦ଟି ଶୋ

ମୁମ୍ବାଇ : ଦେଶର ପ୍ରଥମ ୧୧ଟି ସ୍କ୍ରିନ ଥିବା ମଲ୍ଟିପ୍ଲେକ୍ସ ମୁମ୍ବାଇରେ ଉଦ୍ଘାଟିତ ହୋଇଛି। ଏଠାରେ ଏକାଥରକେ ୧୫୮୬ ଲୋକ ଛଅଟି ଅଲଗା ଅଲଗା ଏକ୍ସପେରିମେଣ୍ଟାଲ ସିନେମା ଦେଖିପାରିବେ। ଏହି ମଲ୍ଟିପ୍ଲେକ୍ସର ମଧ୍ୟ ଏଭ ଭିନ୍ନ ସ୍ୱତନ୍ତ୍ରତା ରହିଛି। ଏଠାରେ ଥିବା ସିଟ୍ରେ ଏକ ପ୍ରକାର ବଟନ ଲାଗିଛି, ଯାହାକୁ ଆପଣମାନେ ଦବାଇବା ଦ୍ୱାରା ମନପସନ୍ଦ ମୁତାବକ ଫାଷ୍ଟଫୁଡ ଅର୍ଡର କରି ଖାଇପାରିବେ।
ଆଇନକ୍ସ ଗ୍ରୁପର ଅଧ୍ୟକ୍ଷ କହିଛନ୍ତି, ଏହି ମଲ୍ଟିପ୍ଲେକ୍ସଟି ୬୦ ହଜାର ବର୍ଗଫୁଟରେ ନିର୍ମାଣ କରାଯାଇଛି। ଏହି ସବୁ ସ୍କ୍ରିନରେ ମଲ୍ଟି ପ୍ରୋଜେକ୍ସନ ଟେକନୋଲଜିର ବ୍ୟବହାର କରାଯାଇଛି। ଯାହା ଦର୍ଶକଙ୍କୁ ୨୭୦ ଡିଗ୍ରୀ ପାନାରୋମିକ ଦୃଶ୍ୟ ଦେଖିପାରିବେ। ଏହାଛଡା ଏଠାରେ କେବଳ ସାମ୍ନା ନୁହେଁ ବରଂ ବାମ ଏବଂ ଡାହାଣ ପଟରେ ମଧ୍ୟ ସ୍କ୍ରିନ ରହିଛି। ପ୍ରତିଦିନ ଏହି ମଲ୍ଟିପ୍ଲେକ୍ସରେ ୬୦ଟି ଶୋ ହୋଇପାରିବ। ଯାହାକୁ ୬ ହଜାରରୁ ଉର୍ଦ୍ଧ୍ୱ ଲୋକେ ଏକାଠି ବସି ଦେଖିପାରିବେ।