ରୋଗୀର ଅନ୍ତବୁଜୁଳାରେ ବୁଲୁଥିଲା ୬.୩ ଫୁଟ ଲମ୍ବାର ଜିଅନ୍ତା ପୋକ, ଦେଖିଲା ପରେ ଡାକ୍ତରଙ୍କର ଉଡିଗଲା ହୋସ୍‌

ଏବେ ଏବେ ଏକ ଘଟଣା ବେଶ୍‌ ଚର୍ଚ୍ଚା ପରିସରକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ହେଲା ଜଣେ ବ୍ୟକ୍ତି ପେଟରେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ। କିନ୍ତୁ କିଛି ଜଣାପଡ଼ୁ ନ ଥିଲା। ହଠାତ୍‌ ଦିନେ ତାଙ୍କ ଅନ୍ତବୁଜୁଳା ଫାଟିଗଲା। ଆଉ ଏହାଦେଖି ତାଙ୍କ ପରିବାର ଲୋକେ ବିଚଳିତ ହୋଇପଡ଼ିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବିଳମ୍ବିତ ରାତିରେ ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କର ଅପରେଶନ କରିଥିଲେ। ଅପରେଶନ ସମୟରେ ତାଙ୍କ ଛୋଟ ଅନ୍ତବୁଜୁଳା ଫାଟିଯାଇଥିବା ଦେଖାଯାଇଥିଲା ଏବଂ ସେଥିରୁ ୬ ଫୁଟ ୩ ଇଞ୍ଚ ଲମ୍ବାର ଏକ ଜିଅନ୍ତା ପୋକ ବାହାରିଥିଲା।

hel1

hel2

ଏହାସହ ପଢ଼ନ୍ତୁ: ଯେଉଁ କୋକିନ୍ ରଖିବାରେ ଯୁବକଙ୍କୁ ମିଳିଥିଲା ୧୫ ବର୍ଷ ଜେଲ୍ ଦଣ୍ଡ, ଲ୍ୟାବ୍ ରିପୋର୍ଟରେ ବାହାରିଲା ଏହି ଅଦ୍ଭୁତ ଜିନିଷ

ସର୍ଜନ ଡା. ଡିଏସ୍‌ ପମ୍ବାରଙ୍କ କହିବା ଅନୁଯାୟୀ, ଏହି ପୋକ ଅଧା ରନ୍ଧା ଭଳି ଦେଖାଯାଉଥିଲା। ଯେଉଁ ବ୍ୟକ୍ତି ଘୁଷୁରି ମାଂସ ଖାଇଥାଏ ଏବଂ ଧୂଆ ହୋଇ ନ ଥିବା ପନିପରିବା ଖାଇଥାଏ, ସେଥିରୁ ଏହି ପୋକ ପେଟରେ ଜନ୍ମ ନେଇଥାଏ। ଏପରି କି, ଏହା ୨୫ ବର୍ଷ ପଯ୍ୟର୍ନ୍ତ ମଣିଷ ପେଟରେ ରହିଥାଏ। ଏହାପରେ ବ୍ୟକ୍ତିଙ୍କୁ ସମସ୍ୟା ଆସିଯାଇଥାଏ। ତେବେ ଏହା ଏକ ଦୁର୍ଲ୍ଲଭ ଘଟଣା ବୋଲି ଡାକ୍ତର କହିଛନ୍ତି।