ପୁରୀ: ଶବକୁ ମିଳିଲାନି ସମ୍ମାନ, ବାଇକରେ ବୁହା ହେଲା ମୃତଦେହ

ପୁରୀ(କେନ୍ୟୁଜ୍):  ଶବକୁ ମିଳିଲାନି ସମ୍ମାନ। ବାଇକରେ ବୁହା ହେଲା ମୃତଦେହ। ରାଜଧାନୀ ଉପକଣ୍ଠ ଡେଲାଙ୍ଗରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡେଲାଙ୍ଗ ବ୍ଲକ ବେରବୋଇ ଗ୍ରାମ ପଞ୍ଚାୟତ ଉଦୟପୁର ଗାଁର ସତୀଶ ବଡ଼ଜେନା ଅସୁସ୍ଥ ହେବା ପରେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତଦେହକୁ ଘରକୁ ନେବା ପାଇଁ ଡାକ୍ତରଖାନା ପକ୍ଷରୁ କୌଣସି ଗାଡ଼ି ଯୋଗାଇ ଦିଆଯାଇନଥିଲା। ଫଳରେ ସତୀଶଙ୍କ ସଂପର୍କୀୟ ମୃତଦେହକୁ ବାଇକରେ ବୋହି ଘରକୁ ଆଣିଥିଲେ। ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.