୪୦ ଫୁଟ ଗଭୀର ବୋରେୱେଲରେ ପଡ଼ିଲା ଶିଶୁ, ରେସ୍କ୍ୟୁ ଅପରେସନ ଜାରି

ପୁଣି ବୋରୱେଲରେ ପଡ଼ିଲା ଶିଶୁ । ଦିଲ୍ଲୀ କେଶବପୁର ମଣ୍ଡି ନିକଟ ଦିଲ୍ଲୀ ଜଳବୋର୍ଡ଼ ପ୍ଲାଣ୍ଟରେ ଅଘଟଣ । ୪୦ ଫୁଟ ଗଭୀର ବୋରେୱେଲରେ ଫସିଛି ଶିଶୁ । ଏହି ବୋରୱେଲର ଚଉଡ଼ା ମାତ୍ର ଦେଢ଼ ଫୁଟ । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ନିୟୋଜିତ ଅଛନ୍ତି ।

ନୂଆଦିଲ୍ଲୀ : ପୁଣି ବୋରୱେଲରେ ପଡ଼ିଲା ଶିଶୁ । ଦିଲ୍ଲୀ କେଶବପୁର ମଣ୍ଡି ନିକଟ ଦିଲ୍ଲୀ ଜଳବୋର୍ଡ଼ ପ୍ଲାଣ୍ଟରେ ଅଘଟଣ । ୪୦ ଫୁଟ ଗଭୀର ବୋରେୱେଲରେ ଫସିଛି ଶିଶୁ । ଏହି ବୋରୱେଲର ଚଉଡ଼ା ମାତ୍ର ଦେଢ଼ ଫୁଟ । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ନିୟୋଜିତ ଅଛନ୍ତି । ପିଲାଟି ପଡ଼ିଥିବା ବୋରୱେଲ ପାଖରେ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ଏନଡିଆରଏଫ୍ ଅଧିକାରୀ କହିଛନ୍ତି । ଶିଶୁକୁ ଠାବ କରିବା ପାଇଁ ଭିକଟିମ ଲୋକେସନ୍ କ୍ୟାମେରା ମଗା ଯାଇଛି ।  ଶିଶୁର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନଥିବା ବେଳେ ବୟସ ମଧ୍ୟ ଜଣାପଡିନାହିଁ ।

ସୂଚନା ଅନୁଯାୟୀ, ଏହି ଗଭୀର ବୋରୱେଲ୍ କେଶବପୁର ଜଳ ଯୋଗାଣ ବୋର୍ଡ ପ୍ଳାଣ୍ଟ ଭିତରେ ରହିଛି ।  ଶିଶୁକୁ ବୋରୱେଲ ଉଦ୍ଧାର ପାଇଁ ଲଗାତାର ରେସକ୍ୟୁ ଜାରି ରହିଛି । ଏନଡିଆରଏଫର କହିବା ଅନୁଯାୟୀ, ଶିଶୁକୁ ଉଦ୍ଧାର ପାଇଁ ଗଭୀର ନଳକୂପର ଠିକ୍ ପାର୍ଶ୍ଵରେ ଆଉ ନଳକୂପ ସମାନ୍ତରଳ ଭାବେ ଖୋଲିବାକୁ ପଡ଼ିବ । ଏନେଇ ପ୍ରସ୍ତୁତି ମଧ୍ୟ ଜୋରଜଦାର ଜାରି ରହିଛି । ୫ ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି । ଇନ୍ସପେକ୍ଟର ଇନଚାର୍ଜ ବୀର ପ୍ରତାପ ସିଂ ଏନଡିଆରଏଫ ଟିମର ନେତୃତ୍ୱ ନେଇଛନ୍ତି ।”

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.