ଆୱାରନେସ୍ ସରଳ ଋଣ ସମବାୟ ନାଁରେ ଠକେଇ ଅଭିଯୋଗ

ଆଦିବାସୀ ମାନଙ୍କୁ କମ୍ ସୁଧ ତଥା ବିନା କୌଣସି କାଗଜ ପତ୍ରରେ ଋଣ ଯୋଗାଇଦେବା ନାଁ ରେ ଲକ୍ଷାଧିକ ଟଙ୍କାର ଠକେଇ ନେଇ ଆସିଛି ଅଭିଯୋଗ । ଏପରିକି ଯେଉଁ ମାନେ ଋଣ ନେଇନାହାନ୍ତି ,କେବଳ ସେହି ସଂସ୍ଥାରେ ଖାତା ଖୋଲିଥିଲେ ସେମାନଙ୍କ ନାଁରେ ବର୍ତ୍ତମାନ ହଜାର ହଜାର ଟଙ୍କାର ଋଣ ବାକି ଥିବା ଦର୍ଶାଇ ସେମାନଙ୍କ ପାଖକୁ ଯାଇଛି କୋର୍ଟ ନୋଟିସ୍ ।

ସୁନ୍ଦରଗଡ(କେନ୍ୟୁଜ): ଆଦିବାସୀ ମାନଙ୍କୁ କମ୍ ସୁଧ ତଥା ବିନା କୌଣସି କାଗଜ ପତ୍ରରେ ଋଣ ଯୋଗାଇଦେବା ନାଁ ରେ ଲକ୍ଷାଧିକ ଟଙ୍କାର ଠକେଇ ନେଇ ଆସିଛି ଅଭିଯୋଗ । ଏପରିକି ଯେଉଁ ମାନେ ଋଣ ନେଇନାହାନ୍ତି ,କେବଳ ସେହି ସଂସ୍ଥାରେ ଖାତା ଖୋଲିଥିଲେ ସେମାନଙ୍କ ନାଁରେ ବର୍ତ୍ତମାନ ହଜାର ହଜାର ଟଙ୍କାର ଋଣ ବାକି ଥିବା ଦର୍ଶାଇ ସେମାନଙ୍କ ପାଖକୁ ଯାଇଛି କୋର୍ଟ ନୋଟିସ୍ । ନୋଟିସ ପାଇବା ପରେ ବର୍ତ୍ତମାନ ଚିନ୍ତାରେ ଏହି ନୀରିହ ଆଦିବାସୀ ପରିବାର ।

ପ୍ରାୟ ୨୦ ବର୍ଷ ତଳେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକରେ ବସବାସ କରୁଥିବା ଆଦିବାସୀ ପରିବାର ପାଖକୁ ଯାଇ ଅତି ସହଜରେ ଋଣ ଦିଆଯିବା ସହ କୌଣସି କାଗଜ ପତ୍ର ଦରକାର ନାହିଁ ଏହି ଭଳି କିଛି କହି ଖାତା ଖୋଲାଇଥିଲା ଦଲାଲ । ଭୁବନେଶ୍ଵର ରାଜାରାଣୀ ନଗର ହାତୀଅ।ସୁଣୀ ମାର୍ଗରେ ଥିବା ଆୱାରନେସ ନିରାପଦ ସଂଚୟ ଓ ସରଳ ଋଣ ସମବାୟ ସଂସ୍ଥା ଜିଲ୍ଲାର ସମସ୍ତ ବ୍ଲକରେ ଏହିଭଳି ଲୋକଙ୍କୁ ବିଶ୍ଵାଶ ଜନ୍ମାଇ ପ୍ରଥମେ ଖାତା ଖୋଲାଇଥିଲେ । ଆଉ ପରେ କିଛି ଲୋକଙ୍କୁ ଋଣ ଦିଆଯିବ କହି ସେମାନଙ୍କ ଠାରୁ ବିଭିନ୍ନ ଫର୍ମରେ ଦସ୍ତଖତ ମଧ୍ୟ ନେଇଥିଲେ । ଖାତା ଖୋଲିଥିବା ବ୍ୟକ୍ତି ମାନଙ୍କୁ କିଛି କିଛି ଟଙ୍କାର ଋଣ ଦେଇ ସଂସ୍ଥା ଲୋକଙ୍କ ବିଶ୍ଵାସ ଭାଜନ ହେବା ପରେ ଏଥିରେ ଅନେକ ଲୋକ ସାମିଲ ହେବା ସହ ନିଜ ନାମରେ ଖାତା ଖୋଲିଥିଲେ। ଋଣ ନେଇଥିବା ବ୍ୟକ୍ତି ମାନେ ଧାର୍ଯ୍ୟ ହୋଇଥିବା କିସ୍ତି ଟଙ୍କା ଦେଇ ଋଣ ପରିଶୋଧ ମଧ୍ୟ କରିଥିଲେ ।

ମାତ୍ର ବର୍ତ୍ତମାନ ସେମାନଙ୍କୁ ପାଖକୁ ଯାଇଛି କୋର୍ଟ ନୋଟିସ୍ । ଋଣ ଖିଲାପି ଟଙ୍କା ପରିଶୋଧ ନକଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ ଏଭଳି କିଛି ଲେଖା ହୋଇଛି ନୋଟିସ୍ ରେ। ବଣାଇଁ ବ୍ଲକ କେନାଭଟା ଗ୍ରାମର ଇଏ ମହିଳା ହେଉଛନ୍ତି ସଂଯୁକ୍ତା କିଶାନ । ଯିଏ ୫୬ ହଜାର ଟଙ୍କାର ଋଣ ଖିଲାପ କରିଥିବା ନେଇ ହାତରେ ଧରିଛନ୍ତି ନୋଟିସ୍ କେବଳ ଇଏ ଜଣେ ନୁହଁନ୍ତି ଅନେକ ମହିଳା ,ପୁରୁଷ ଏପରିକି ଜଣେ ନାବାଳକଙ୍କ ନାଁରେ ମଧ୍ୟ ଯାଇଛି ଏଭଳି ନୋଟିସ୍ ।

ସ୍ଥାୟୀ ନିରନ୍ତର ଲୋକଅଦାଲତ ସିଭିଲ କୋର୍ଟ ସୁନ୍ଦରଗଡ ପକ୍ଷରୁ ଏହି ନୋଟିସ ଯିବା ସହ ଆଜି ୯ ତାରିଖରେ ହାଜର ହୋଇ ଋଣ ପରିଶୋଧ କରିବାକୁ ଲେଖାହୋଇଛି । ତେବେ ଋଣ ନେଇନଥିବା ବ୍ୟକ୍ତି, ମହିଳା ,ନାବାଳକ ସମସ୍ତେ ଭୟରେ କୋର୍ଟରେ ହାଜିରା ଦେବାକୁ ଆସିଥିବା ବେଳେ କେବେ ଋଣ ନେଇନଥିବା କହିଛନ୍ତି ଠକାମୀର ଶିକାର ହୋଇଥିବା ମହିଳା । ସେହିଭଳି ଅନ୍ୟ ଜଣେ ମହିଳା ଯାହା ଋଣ ନେଇଥିଲେ ଯାହାକୁ ପ୍ରାୟ ୧୭ ବର୍ଷ ପୂର୍ବରୁ ସେ ପରିଶୋଧ କରିସାରିଥିଲେ ମଧ୍ୟ ତାଙ୍କ ପାଖକୁ ୨୮ ହଜାର ଋଣ ପରିଶୋଧ କରିବାକୁ ଆସିଛି ନୋଟିସ । ଋଣ ପରିଶୋଧ ନକଲେ ଜେଲ ଯିବାକୁ ପଡିବ ବୋଲି ଧମକ ଦେଉଛନ୍ତି ସଂସ୍ଥାର କର୍ମଚାରୀ । ସେହିଭଳି ଅନ୍ୟ ଜଣେ ମହିଳା ଋଣ ନେନଥିଲେ ମଧ୍ୟ ତାଙ୍କ ପାଖକୁ ୫୬ ହଜାର ଟଙ୍କାର ନୋଟିସ ଅ।ସିଛି।

କୋର୍ଟ ସମ୍ମୁଖରେ ଚିନ୍ତା ଗ୍ରସ୍ଥ ଅବସ୍ଥାରେ ବୁଲୁଥିବା ନାବାଳକ ଅର୍ଜୁନ । କିଛି ଦିନ ତଳେ ବୟସ ୧୮8 ପୂରିଛି ମାତ୍ର ସେ ମଧ୍ୟ ଋଣ ନେଇ ଖିଲାପି କରିଥିବା ନେଇ ୩୫ହଜାର ଟଙ୍କାର ନୋଟିସ ଯାଇଛି । ଅ।ଦିବାସୀ ପରିବାର ଏନେଇ ବର୍ତ୍ତମାନ ଚିନ୍ତାରେ । ଋଣ ନେଲା କିଏ,ପରିଶୋଧ କରିବ କିଏ। । ଇଏ କେବଳ ଗୋଟି ସଂସ୍ଥା ନୁହେଁ ପୂର୍ବରୁ ଏହିଭଳି ଭାବରେ ଅନେକ ସଂସ୍ଥା ନିରୀହ ଆଦିବାସୀ ମାନଙ୍କୁ ଏହିଭଳି ଭାବରେ ଠକିଥିବା ବେଳେ ବର୍ତ୍ତମାନ ଆଓ୍ଵାରନେସ ସମବାୟ ସଂସ୍ଥାର କଥା ସାମ୍ନାକୁ ଆସିଛି। ଏପଟେ ଋଣ ନେଇନଥିବା ବ୍ୟକ୍ତିଙ୍କ ନାଁରେ କିଭଳି ନୋଟିସ ଗଲା ସେନେଇ ଆୱାରନେଇ ସମସବାୟ ସଂସ୍ଥାର କର୍ମଚାରୀଙ୍କୁ ପଚାରିବାରେ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିବା ସହ ଯାହା କରିବା କଥା କର ବୋଲି କହିଥିଲେ ।

ଚିଟଫଣ୍ଡ ସଂସ୍ଥା ଖୋଲି ଲୋକଙ୍କ ଠାରୁ ଟଙ୍କା ଜମା ନେବା ପରେ ନଫେରାଇବା ଭଳି ଅନେକ ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ଚାଲିଥିବା ବେଳେ ଆୱାରନେସ ସରଳ ସଂଚୟ ସମବାୟ ସଂସ୍ଥା ଦ୍ଵାରା ଠକାମୀର ଶିକାର ହୋଇଥିବା ମହିଳା ,ପୁରୁଷ ବର୍ତ୍ତମାନ କଣ କରିବେ ସେ ନେଇ ଚିନ୍ତାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.