ନିଷ୍ଠୁର ଗ୍ରାମବାସୀ : ପିଲାଚୋରୀ ସନ୍ଦେହରେ ପିଟିପିଟି ୫ଜଣଙ୍କୁ ହତ୍ୟା

ମୁମ୍ବାଇ : ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ ପିଟିପିଟି ହତ୍ୟାକଲେ ଗାଁ ଲୋକ । ମହାରାଷ୍ଟ୍ରର ଧୂଲେ ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା। ରାଣିପଡ଼ା ଗାଁରେ ଏକ ବସରୁ ୫ ଜଣ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ପିଲାଙ୍କ ସହ କିଛି କଥା ହେବାକୁ ଚେଷ୍ଟା କରିଥିଲେ। ଯାହାପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇ ପିଟିବା ଆରମ୍ଭ କରିଦେଲେ।

କିଛି ଦିନ ହେବ ସେହି ଅଞ୍ଚଳରେ ପିଲାଚୋର ବୁଲୁଥିବା ନେଇ ଗୁଜବ ପ୍ରଚାର ହୋଇଥିଲା। ଗତକିଛି ମାସ ହେବ ଦେଶର ଅନେକ ରାଜ୍ୟରେ ଏପରି ଗୁଜବ ସୃଷ୍ଟି ହୋଇଛି। ଓଡ଼ିଶାରେ ମଧ୍ୟ ପିଲାଚୋର ଗୁଜବରୁ ଏଭଳି ମାରପିଟ୍ ଘଟଣା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.