Below header

କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେଲେ ପିତା, ୫ ଦିନ ଘରେ ଏକୁଟିଆ ରହିବା ପରେ ଆଖି ବୁଜିଲା ଦିବ୍ୟାଙ୍ଗ ପୁଅ

ଚୀନରେ କରୋନା ଭାଇରସ୍‌ ଯୋଗୁ ଲଗାତାର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଚୀନରେ ଜଣେ ଦିବ୍ୟାଙ୍ଗ ଶିଶୁର ମୃତ୍ୟୁ ଘଟିଥିବା ଜଣାଯାଇଛି। ପିତା କରୋନା ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ଶିଶୁର ଯତ୍ନ ନେବାକୁ କେହି ନଥିଲେ। ଫଳରେ ଶିଶୁର ମୃତ୍ୟୁ ଘଟିଛି।

Image result for china-a-disabled-kid-died-after-his-father-diagnosed-with-deadly-coronavirus-and-taken-to-isolation"

ରିପୋର୍ଟ ମୁତାବକ, ୟାନ୍‌ ଜିୟାଓବେନ୍‌ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ୧୬ ବର୍ଷୀୟ ପୁଅ ୟାନ୍‌ ଚ୍ୟାଙ୍ଗ୍‌ ସେରେବ୍ରାଲ ପାଲାସି ନାମକ ଏକ ରୋଗରେ ପୀଡ଼ିତ ଥିଲେ ଓ ନିଜେ ନିଜେ କୌଣସି କାମ କରିବାକୁ ଅସମର୍ଥ ଥିଲେ। ପିଲା ବେଳୁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିବାରୁ ପିତା ହିଁ ତାଙ୍କ ଖାଇବା ପିଇବାଠାରୁ ଆରମ୍ଭ କରି ନେବା ଆଣିବା ଯାଏଁ ସବୁ କାମ କରୁଥିଲେ।

Image result for china-a-disabled-kid-died-after-his-father-diagnosed-with-deadly-coronavirus-and-taken-to-isolation"

ୟାନ୍‌ଙ୍କୁ ମେଡିକାଲରେ ଭର୍ତ୍ତି କରାଯିବାରୁ ସେ ପୁଅର ରକ୍ଷଣା ବେକ୍ଷଣ ଦାୟିତ୍ୱ ସମ୍ପର୍କୀୟ, ଗାଁ ଲୋକ ଓ ଡାକ୍ତରଙ୍କୁ ଦେଇଥିଲେ। ମାତ୍ର କେହି ବି ତାଙ୍କର ଯତ୍ନ ନ ନେବାରୁ ଅବହେଳିତ ହୋଇ ୫ ଦିନ ପରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଚ୍ୟାଙ୍ଗ୍‌। ପୁଅର ମୃତ୍ୟୁ ପରେ ୟାନ୍‌ ଅଭିଯୋଗ କରିବାରୁ ୨ ଜଣ ବରିଷ୍ଠ ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଚୀନ୍‌ରେ କରୋନା ଯୋଗୁ ସ୍ଥିତି ଗମ୍ଭୀର ରହିଛି। ଏବେ ଯାଏଁ ଭାଇରସ୍‌ ସଂକ୍ରମଣରେ ୪୨୫ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.